ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅସୁସ୍ଥ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅସୁସ୍ଥ । ଭୁବନେଶ୍ଵରରୁ ପୋଲିସ ଗିରଫ କରି ଦେବଗଡ ଆଣୁଥିବା ବାଟରେ ଅସୁସ୍ଥ ବିଧାୟକଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ସାଲାଇନ ଲଗାଯିବା ସହ ଚିକିତ୍ସା ଜାରି ରହିଛି। ତିଳେଇବଣି ବିଡିଓଙ୍କୁ ମାଡ଼ ଘଟଣାରେ ରବିବାର ଦେବଗଡ଼ ବିଧାୟକଙ୍କୁ ଦେବଗଡ ପୋଲିସ ଭୁବନେଶ୍ଵରରୁ ଗିରଫ କରିଛି। କୋର୍ଟ ଚାଲାଣ ପାଇଁ ତାଙ୍କୁ ପୋଲିସ ଦେବଗଡ ଆଣୁଥିଲା।

ସେପଟେ ଶନିବାର ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ସରକାରୀ କାର୍ୟ୍ୟରେ ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗ୍ରାମକୁ ଯାଇଥିବା ବେଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ମାନେ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିଡିଓଙ୍କ ଓଠ ଫାଟିଯିବା ସହ ସେ ଆହତ ହୋଇଥିବା ଅଭିଯୋଗ କରିଥିଲେ। ଘଟଣା ପରେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଦେବଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଆଉ ଏବେ ବିଧାୟକଙ୍କୁ ଗିରଫ କରିଛି ପୋଲିସ।

Related Posts