ବ୍ୟକ୍ତିଗତ କାରଣରୁ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି: ତାରା ବାହିନୀପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ କଂଗ୍ରେସର ନୂତନ ପିସିସ ସଭାପତି କିଏ ହେବ ସେନେଇ ଅନେକ କଳ୍ପନାଚାଲିଛି । ଏପରିକି କଂଗ୍ରେସ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ କୋରାପୁଟ ଜିଲ୍ଲା ଜୟପୁର ବିଧାୟକ ତାରା ବାହିନୀପତି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି।

ନିଜେ ତାରାବାହିନୀ ପତି ଏହା କହିଛନ୍ତି। ତାରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି। ପିସିସି ସଭାପତି ପଦ ସମ୍ପର୍କରେ ତାରା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, କାହାକୁ ଖୋସାମଦ କରିନି, କିନ୍ତୁ ପଦ ମିଳିଲେ ଛାଡ଼ିବି ନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts