ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଏମସିର ଦାଦାଗିରି । ବେଆଇନ ଘୋଷଣା ସତ୍ତ୍ୱେ ଏହାକୁ ଖାତିର ନକରି ଚାଲିଛି ଖୁଣ୍ଟି ପୋତା । ସେପଟେ ରାଜଧାନୀ ରାସ୍ତାକଡ଼ରୁ ହଟିବ ଖୁଣ୍ଟି । ମୁଣ୍ଡ ଉପରେ ରହିବନି ତାର । ଭୂତଳ କେବୁଲ ଜରିଆରେ ବିଦ୍ୟୁତଠାରୁ ଆରମ୍ଭ କରି ଯାବତୀୟ ସେବା ଉପଲବ୍ଧ ହେବ । ଭୂତଳ କେବୁଲ ବିଛାଇଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ । ଅନ୍ୟ କୌଣସି ସଂସ୍ଥା ନିଜେ ଭୂତଳ କେବୁଲ ବିଛାଇପାରିବ ନାହିଁ କିମ୍ବା ମୁଣ୍ଡ ଉପରେ ତାର ନେଇପାରିବ ନାହିଁ । ବିଏସସିଏଲ ବିଛାଇଥିବା ଭୂତଳ କେବୁଲ ଜରିଆରେ ହିଁ ଅନ୍ୟ ସମସ୍ତ ସଂସ୍ଥା ସେବା ପ୍ରଦାନ କରିବେ । ଏଥିପାଇଁ ଅନ୍ୟ କୌଣସି ସଂସ୍ଥାକୁ କେବୁଲ ବିଛାଇବା କିମ୍ବା ଖୁଣ୍ଟ ପୋତିବା ପାଇଁ ସ୍ୱୀକୃତି ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏସସିଏଲ ସିଇଓ େ ହେଲେ ଏୟାରଟେଲ ଟେଲିସୋନିକ ନେଟସ୍ୱାର୍କକୁ ରାସ୍ତା ପାଶ୍ୱର୍ରେ ଖୁଣ୍ଟି ପୋତି ତାର ଟାଣିବାକୁ ବିଏମସି ଅନୁମତି ଦେଇଛି । ତାହା ପୁଣି ପୂର୍ତ୍ତ ବିଭାଗର ରାସ୍ତାରେ । ଅନୁମତି ଦେଲା ବେଳେ ପୂର୍ତ୍ତ ବିଭାଗ ସହ ଆଲୋଚନା କରିବାକୁ ଉଚିତ ମଣିନି ବିଏନସି । ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ପହଞ୍ଚିବା ପରେ ଏହି ସବୁ ଖୁଣ୍ଟକୁ ବେଆଇନ ଘୋଷଣା କରିବା ସହ ଏହାକୁ ତୁରନ୍ତ ଉଙ୍ଖାଇବାକୁ କର୍ତ୍ତୃପକ୍ଷ ଏୟାରଟେଲ ଟେଲିସୋନିକ ନେଟସ୍ୱାର୍କକୁ ନିର୍ଦ୍ଦେଶ ଦେଇଛନ୍ତି ।
କୌଦୂହଳପ୍ରଦ ହେଉଛି, ,କୌଣସି ସଂସ୍ଥାକୁ ଏଭଳି କାମ ପାଇଁ ସ୍ୱୀକୃତି ନଦେବାକୁ ବିଏସସିଏଲ ସିଇଓ ତଥା ବିଏମସି କମିସନର ବିଏମସିକୁ ଗତ ସେପ୍ଟେମମ୍ବର୧୬ ତାରିଖ ଦିନ ଚିଠି ଲେଖି ତାଗିଦ କରିଛନ୍ତି । ସେହି ମାସରେ ହିଁ ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ଆଇଟି ବିଭାଗ ପୂର୍ତ୍ତ ଓ ଅନ୍ୟ ବିଭାଗମାନଙ୍କୁ ଚିଠି ଲେଖି ମୁଣ୍ଟ ଉପରେ ତାର ନଯିବା କଥା ଜଚ୍ଚାଇଛନ୍ତି । ଏକଥା ବି ସ୍ପଷ୍ଟ କରିଛନ୍ତି ଯେ ବିଏସସିଏଲ ୬୮୦ କିଲୋମିଟର କେବୁଲ ବିଛାଇଛି । ତେଣୁ ବିଏସସିଏଲ ଠାରୁ ସମସ୍ତ ସଂସ୍ଥା ଲିଜ ସୂତ୍ରରେ ଭୂତଳ କେବୁଲ ବ୍ୟବହାର କରିବେ କିନ୍ତୁ ଏ ସବୁ ସତ୍ତ୍ୱେ ବିଏମସି ଡେପୁଟି କମିସନର ଗତ ଡିସେମ୍ବର ୨ ତାରିଖରେ ଲାଇସେନ୍ସ ଫି’ ବାବଦକୁ ସଂସ୍ଥାଠାରୁ ୨୨ ଲକ୍ଷ ୩୦ ହଜାର ୫୦୦ ଟଙ୍କା ଜମା ରାଖି ସହର ସାରା ୮୯୨୨ ଖୁଣ୍ଟି ପକାଇବାକୁ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ଅନୁମତି ଦେଇଛନ୍ତି । ଆକଳନ ମୁତାବକ ଯଦି ଏହି ତାର ଭୂତଳରେ ଯାଇଥାନ୍ତା, ପ୍ରାୟ ୬ ଶହା କିଲୋମିଟର ହୋଇଥାନ୍ତା । ଏଥିପାଇଁ ବିଲସସିଏଲ ପାଖରେ ସମ୍ପୃକ୍ତ ସଂସ୍ଥାକୁ ଲିଜ ବାବଦରେ ବର୍ଷକୁ ପ୍ରାୟ ୪ କୋଟି ଟଙ୍କା ଜମା କରିବାକୁ ପଡ଼ିଥାନ୍ତା । କିନ୍ତୁ ସଂସ୍ଥାକୁ ବିଏମସି ବେଆଇନ ଭାବେ ୨୨ ଲକ୍ଷ ୩୦ ହାଜର ୫ ଶହା ଟଙ୍କାରେ ଏହି ସୁବିଧା ଦେଇଛି । ଏଇଠି ପ୍ରଶ୍ନ ଉଠୁଛି ଯେ କେଉଁ ପରିସ୍ଥିତିରେ ବିଏସିଏଲ ସିଇଓ ତଥା ବିଏମସି କମିସନରଙ୍କ ଆଦେଶକୁ ଫୁ’ କରି ଏକ ଘରୋଇ ସଂସ୍ଥାକୁ ଡେପୁଟି କମିସନର ୩ କୋଟିରୁର୍ଦ୍ଧ୍ୱ ଟଙ୍କାର ଫାଇଦା ଦେଇଛନ୍ତି ? ଏଥିରେ କାହାର କି ସ୍ୱାର୍ଥ ହାସଲ ହୋଇଛି ? କମିସନରଙ୍କ ନିର୍ଦ୍ଦେଶକୁ ତଳପାହ୍ୟାରେ ଅଧିକାରୀମାନେ ଖୋଲା ଉଲ୍ଲଂଘନ କରୁଥିଲା ବେଳେ କମିଶନର ଏ ସମ୍ପର୍କରେ ଅବଗତ ଅଛନ୍ତି ତ? ଏହା ଏକ ସଙ୍ଗୀନ ପ୍ରସଙ୍ଗ ହୋଇଥିବାରୁ ନିଜେ କମିସନର ତଦନ୍ତ କରି ସମ୍ପୃକ୍ତ ଅଧିକାରୀ କିମ୍ବା ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ? ଏପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉପୁଜୁଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଧୋରିବାରେ ଲାଗିଛି ।
