ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏମାର ମଠ ପାଖ ଅଞ୍ଚଳରୁ ବାହାରିଲା ସିଂହ ମୂର୍ତ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହମୂର୍ତ୍ତି ବାହାରିଥିବା ଦେଖିବାକୁ ମିଳିଛି । ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ ଖନନ କାର୍ୟ୍ୟ ଚାଲୁଥିବାରୁ ଶ୍ରୀମନ୍ଦିର ଚାରିପାଖରେ ଥିବା ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଯାଉଛି ବୋଲି ଆଇନଜୀବୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି ।
ଗୋଟିଏ ପରେ ଗୋଟିଏ ତଥ୍ୟ ଏବେ ସାମ୍ନାକୁ ଆସିବାକୁ ଲାଗିଛି। ଗତ ମେ ୭ ତାରିଖରେ ଏଏସ୍ଆଇ ଦେଇଥିବା ସତ୍ୟପାଠ ଏବେ ଅନେକ ଗୁମର ଖୋଲିଛି । ସତ୍ୟପାଠର ୪୦ ତମ ପୃଷ୍ଠାରେ ଖନନ ସମୟରେ ଗତ ଏପ୍ରିଲ ୨୯ ତାରିଖରେ ମାଟି ତଳୁ କିର୍ତ୍ତିରାଜି ମିଳିଥିବା କଥା ସ୍ପଷ୍ଟ ହୋଇଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ASI ହାଇକୋର୍ଟଙ୍କୁ ଏନେଇ ଅବଗତ କରାଇଛି ।
