ଭାରତରେ ୧୭ କୋଟି ମୁସିଲମାନଙ୍କ ପାଇଁ ପ୍ରାୟ ୭ ଲକ୍ଷ ମସଜିଦ; ୯୬ କୋଟି ହିନ୍ଦୁଙ୍କ ଲାଗି ରହିଛି ୨୦ଲକ୍ଷରୁ ଅଧିକ ମନ୍ଦିର: ରିପୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ ବଢ଼ିବରେ ଲାଗିଛି ମନ୍ଦିର-ମସିଜିଦ ବିବାଦ । କାଶୀ, ମଥୁରା, ଦିଲ୍ଲୀ, ଆଗ୍ରା ଠାରୁ ମଧ୍ୟପ୍ରଦେଶର ଧାର ପର୍ଯ୍ୟନ୍ତ ମନ୍ଦିର-ମସିଜଦକୁ ନେଇ ବିବାଦ ଜାରି ରହିଛି । ହିନ୍ଦୁ ସଙ୍ଗଠନ ଦାବି କରୁଛନ୍ତି ଯେ ମୁସଲମାନ ଆକ୍ରମଣକାରୀମାନେ ହିନ୍ଦୁମାନଙ୍କ ବିଶ୍ୱାସକୁ ଆଘତ ଦେଇଛନ୍ତି । ୬୦ ହଜାରରୁ ଅଧିକ ମନ୍ଦିର ଭାଙ୍ଗି ଦିଆଯାଇଥିଲା । ବହୁ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା । ଏଥି ସହିତ ମୁସଲମାନ ସିଙ୍ଗଠନ ଗୁଡ଼ିକ ଉପାସନା ସ୍ଥାନ ଅଧିନିୟମ ୧୯୯୧କୁ ସୂଚିି କରୁଛନ୍ତି । ଏହି ଅନୁଯାୟୀ ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ବିଦ୍ୟମାନ ଥିବା କୌଣସି ଧର୍ମର ଉପାସନା ସ୍ଥାନକୁ ଅନ୍ୟ କୌଣସି ଧର୍ମର ପୂଜା ପାଠ ସ୍ଥଳରେ ପରିଣତ କରାଯାଇପାରିବ ନାହିଁ । ଯଦି କେହି ଏହିପରି ଚେଷ୍ଟା କରନ୍ତି ତାହାଲେ ତାଙ୍କ ପ୍ରତି ଜେଲ ଦଣ୍ଡାଦେଶ ମଧ୍ୟ କରାଯାଇପାରେ ।

ଭାରତର ହିନ୍ଦୁ ଏବଂ ମୁସଲମାନମାନଙ୍କ ସଂଖ୍ୟା ମଧ୍ୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ । ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ ସମ୍ପର୍କିତ କୌଣସି ସରକାରୀ ତଥ୍ୟ ନାହିଁ । ତଥାପି ବିଭିନ୍ନ ତଥ୍ୟ ଅନୁସନ୍ଧାନକାରୀ କମ୍ପାନୀ ନିଶ୍ଚିତ ଭାବରେ କିଛି ଆକଳନ ପ୍ରକାଶ କରିଛନ୍ତି । ଟ୍ରାଭେଲ ଟ୍ରାଙ୍ଗଲର ଏକ ରିପୋର୍ଟ ଅନୁଯାୟୀ ଦେଶରେ ୯୬.୬୨ କୋଟି ହିନ୍ଦୁ ଜନସଂଖ୍ୟାଙ୍କ ପାଇଁ ୨୦ ଲକ୍ଷରୁ ଅଧିକ ମନ୍ଦିର ଅଛି । ତାମିଲନାଡ଼ୁର ସର୍ବାଧିକ ତିନି ଲକ୍ଷ ମନ୍ଦିର ରହିଛି । ମନ୍ଦିର ପରି ମସଜିଦ ସଂଖ୍ୟା ସମ୍ବନ୍ଧରେ ସରକାରୀ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ତଥାପି, ଡାଟା ରିସର୍ଚ୍ଚ କମ୍ପାନୀଗୁଡ଼ିକଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ୧୭.୨୫ କୋଟି ମୁସଲମାନଙ୍କ ପାଇଁ ପ୍ରାୟ ସାତ ଲକ୍ଷ ମସଜିଦ ଅଛି ।

Related Posts