ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛଂତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ | ଏନେଇ ସେ ଗତକାଲି ନିଜ ବିବାହ ପାଇଁ କୋର୍ଟରେ ଆବେଦନ କରିଥିଲେ | ତେବେ ଗୋଟିଏ ପଟେ ବିଧାୟକ ବାହା ହେବାକୁ ନେଇ ପ୍ରସ୍ତୁତି ଚାଲିରେଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି | ତାଙ୍କ ବିବାହକୁ ନେଇ ତାଙ୍କ ମା ଖୁସି ନଥିବା ଜଣାପଡିଛି |

ଏପରିକି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ମାଆ ସଞ୍ଜୁକ୍ତା ଦାସ । ବିଜୟ ଶଙ୍କର । ପୁଅ ବାହାଘରରେ ମାଆ ରାଜି ନଥିବା ସୂଚନା ମିଳିଛି । ତେବେ ମାଆ ସୁସ୍ଥ ହେବା ପରେ ଏ ନେଇ ସ୍ପଷ୍ଟ କରିବେ ବୋଲି କହିଛନ୍ତି ବିଧାୟକ ବିଜୟ ଶଙ୍କର ଦାସ ।

ସୂଚନାଥାଉକି, ଜଗତସିଂହପୁରରେ କୋର୍ଟ ମ୍ୟାରେଜ୍‌ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଏଣେ ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସଙ୍କ ବିବାହ ସଂପର୍କିତ କିଛି ଖବର ଆଧାରରେ ଦଳୀୟ କର୍ମୀ ଓ ସମର୍ଥକମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି । ତେବେ କେଉଁଠାରେ ଉଭୟ ବର ଓ କନ୍ୟା ଘର ମିଳିତ ହେବେ ତାହା ଜଣାପଡ଼ୁନଥିବାରୁ କର୍ମୀମାନେ ପରସ୍ପରଙ୍କ ସହଯୋଗରେ ତଥ୍ୟ ସନ୍ଧାନରେ ଲାଗି ପଡ଼ିଥିବା ଚର୍ଚ୍ଚାର ପରିଧିକୁ ଆସିଛି ।

ଅପରପକ୍ଷେ ଏହି ହାଇପ୍ରୋଫାଇଲ ମ୍ୟାରେଜ୍‌ ପାଇଁ ଉଭୟ ପୁଲିସ ଓ ଗୁଇନ୍ଦା ବିଭାଗ ସତର୍କ ହୋଇ ଉଠିଛନ୍ତି । ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜଗତସିଂହପୁର ସହରରେ ପଇଁତରା ମାରୁଥିବା ସ୍ଥଳେ ଟାଉନ୍‌ ପୁଲିସ ମଧ୍ୟ ବିଧାୟକଙ୍କ ପ୍ରେମିକାଙ୍କ ଘରର ଆଖ ପାଖରେ ଟହଲ ମାରି ପରିସ୍ଥିତି ପ୍ରତି ତୀକ୍ଷ୍‌ଣ ନଜର ରଖିଥିବା ଗୁଞ୍ଜରିତ ହୋଇଚାଲିଛି ।

ଅନ୍ୟପଟେ ପ୍ରେମିକାଙ୍କ ଅଭିଯୋଗପତ୍ର ଧରି ପୁଲିସ ହଲାପଟାରେ ପଡ଼ିଯାଇଛନ୍ତି । କାରଣ ଗୋଟିଏ ପଟେ ବିବାହକୁ ନେଇ ତନାଘନା ଚାଲିଥିବାରୁ ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବ ନା ଅପେକ୍ଷା କରିବ ତାହାର ଆକଳନ କରିପାରୁ ନାହାନ୍ତି । ଅନ୍ୟପଟେ କୋର୍ଟରେ ମ୍ୟାରେଜ୍‌ ସରିଲା ପରେ ଏତଲା ପ୍ରତ୍ୟାହାର ହୋଇପାରେ ବୋଲି ଅନୁମାନ କରାଯାଉଛି |