ଅନଶନରେ ମହାଠକ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଳୀ: ଅନଶନରେ ମହାଠକ ସୁକେଶ ଚନ୍ଦ୍ରଶେଖର | ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଜେଲ୍‌ରେ ବନ୍ଦୀ ହୋଇ ଅଛନ୍ତି । ବର୍ତ୍ତମାନ ସେ ତିହାର ଜେଲ୍‌ରେ ଥିବା ବେଳେ, ଭୋକ ଉପାସରେ ଅନଶନ କରିଛନ୍ତି ।

ସେ ନିଜ ପତ୍ନୀ ମାରିୟାଙ୍କୁ ଦେଖା କରିବାକୁ ଆଦି ବସିଛନ୍ତି | ସେ ପୁଣି ମାସକୁ ଦୁଇ ଥରରୁ ଅଧିକ । ଏଥିପାଇଁ ସେ ଅନୁମତି ମାଗି ୧୭ ଦିନ ଭୋକ ଉପାସରେ ଅଛନ୍ତି । ଏନେଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୂଯାୟୀ ବରିଷ୍ଠ ଅଧିକାରୀ କହିଛନ୍ତି କି ସେ ତାଙ୍କ ପତ୍ନୀଙ୍କୁ ଦେଖା କରିବା ଜିଦ୍‌ରେ ଏପ୍ରିଲ୍‌ ୨୩ରୁ ମେ ୨ ପର୍ଯ୍ୟନ୍ତ ଏବଂ ମେ ୪ରୁ ମେ ୧୨ ଯାଏଁ କିଛି ବି ଖାଇ ନାହାନ୍ତି । ଏଥି ପାଇଁ ତାଙ୍କୁ ଜେଲ ଡିସ୍‌ପେନସାରିରେ ତରଳ ଖାଇବା ତଥା ଗ୍ଲୁକୋଜ୍‌ ସାଲାଇନ୍‌ ଦିଆଯାଉଛି ।

ତାଙ୍କ ଦାବି ହେଉଛି ସୁକେଶ ତାଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି, ଯିଏକି ବର୍ତ୍ତମାନ ତିହାର ଜେଲର ୬ନମ୍ବର ଜେଲରେ ଅଛନ୍ତି। ଏହି ସୁବିଧା କେବଳ ସୁକେଶଙ୍କୁ ଦିଆଯାଉଛି । ଏ ବାବଦରେ, ତାଙ୍କୁ ପୂର୍ବରୁ ଦୁଇଥର ତାଙ୍କ ପତ୍ନୀଙ୍କ ସହ ‘ଆନ୍ତରିକ-ସାକ୍ଷାତର ଅନୁମତି ଦିଆଯାଉଛି, ମାସର ପ୍ରତ୍ୟେକ ପ୍ରଥମ ଓ ତୃତୀୟ ଶନିବାର ଦିନ ପତ୍ନୀଙ୍କୁ ଭେଟୁଛନ୍ତି। କିନ୍ତୁ ବର୍ତ୍ତମାନ ସେ ତା ଠାରୁ ଅଧିକ ଅତିରିକ୍ତ ସାକ୍ଷାତ କରିବାକୁ ଚାହୁଁଛନ୍ତି । ଯାହା ଜେଲ୍‌ ପ୍ରଶାସନଙ୍କ ଅନୁମତି ନାହିଁ । ସୁକେଶର ଏହି ଜିଦ୍‌ ଜେଲ୍‌ ପ୍ରଶାସନର ମୁଣ୍ଡାବିନ୍ଧାର କାରଣ ପାଲଟିଛି।

ଖବର ଅନୁଯାୟୀ ଏହି ଦମ୍ପତିଙ୍କ ବିରୋଧରେ ୩୨ଟି ଅପରାଧିକ ମାମଲା ରୁଜୁ ହୋଇଛି। ଯାହା କୋର୍ଟରେ ବିଚାରାଧୀନ ଅଛି। ମହାଠକ ସୁକେଶ ୧୭ ବର୍ଷ ବୟସରୁ ନିଜର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲା। ସେ ନିଜକୁ ଜଣେ ବରିଷ୍ଠ ଅଧିକାରୀର ପରିଚୟ ଦେଇ ଲୋକଙ୍କ ଠାରୁ ଫୋନ ମାଧ୍ୟମରେ କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲା। ଏହି ଚାନ୍ଦା ଅର୍ଥରେ ସେ ବଲିଉଡର କିଛି ନାମିଦାମୀ ଅଭିନେତ୍ରୀଙ୍କୁ ଲଗ୍‌ଜୁରୀ ଉପହାର ଦେଇ ସେମାନଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା କଥା ଇଡି ଖୁଲାସା କରିଛି। ଏହି ଠକେଇ ମାମଲାରେ ସୁକେଶ ଚନ୍ଦ୍ର ଶେଖରଙ୍କ ପତ୍ନୀ ମଧ୍ୟ ସମାନ ଭାବେ ଭାଗିଦାରୀ ଅଛନ୍ତି।

Related Posts