ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇପିଏସ୍ ସଞ୍ଜୟ କୁମାର ହେଲେ ଏଡିଜି ଆଧୁନିକୀକରଣ । ତେବେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଓଡ଼ିଶା କ୍ୟାଡ଼ରର ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି । ଚଳିତବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିଲେ ମଧ୍ୟ ସେ ଚଳିତମାସ ୨୦ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ ।
ସେପଟେ ସଞ୍ଜୟ କୁମାର ୨୦୧୫ ମସିହାରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେ ସଶସ୍ତ୍ର ସୀମା ବଳ(ଏସଏସବି)ରେ ଆଇଜି ଭାବେ ପ୍ରାୟ ୭ ବର୍ଷ କାର୍ୟ୍ୟ କରିଥିଲେ । ୨୦୨୨ ମାର୍ଚ୍ଚ ୧୨ ତାରିଖରେ ତାଙ୍କୁ ନିଜ କ୍ୟାଡ଼ରକୁ ଫେରାଇ ଦିଆଯାଇଥିଲା । କିନ୍ତୁ ସେ ଛୁଟିରେ ରହିବା ପରେ ଚଳିତମାସ ୨୦ତାରିଖରେ ଓଡ଼ିଶା ଫେରି କାର୍ୟ୍ୟରେ ଯୋଗ ଦେଇଛନ୍ତି । ଆଜି ତାଙ୍କୁ ନୂଆ ଦାୟିତ୍ୱ ମିଳିଛି ।
