ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସୁଲତା ଦେଓ, ମାନଓ ମଙ୍ଗରାଜ, ନିରଞ୍ଜନ ବିଶି ଏବଂ ସସ୍ମିତ ପାତ୍ରଙ୍କ ନାମ ଘୋଷଣା କରିଛି ବିଜେଡି । ସେପଟେ ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯିବେ। ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ। ଅନ୍ୟ ତିନି ଜଣ ଯାକ ନୂଆ ମୁହଁ।

ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ ନାଁ ଆଲୋଚନା ହେଉଥିଲା ଏବଂ ସେମାନଙ୍କୁ ଟିକେଟ୍ ମିଳିଛି। ତେବେ ନବୀନ ଯେଉଁ ଗୋଟିଏ ସର୍‌ପ୍ରାଇଜ୍ କାର୍ଡ ଖେଳିଛନ୍ତି, ସେ ହେଉଛନ୍ତି- ନିରଞ୍ଜନ ବିଶି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଆଦିବାସୀ ଚେହେରା। ସେ ହେଉଛନ୍ତି ବଲାଙ୍ଗିରର ବାସିନ୍ଦା। ବିଜେଡି ପାଖରେ ସଂଖ୍ୟା ଥିବା ଏ ସମସ୍ତ ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି।