ନୂଆଦିଲ୍ଲୀ: ଦେଶରେ ଉପର ତଳ ହେଉଛି କରୋନାର ଦୈନିକ ସଂକ୍ରମଣ ହାର | ବେକାବୁ ଥିବା ଦୈନିକ ସଂକ୍ରମଣ ହାର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି | ପ୍ରତିଦିନ ପୂର୍ବଦିନ ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢୁଛି ।
ସୋମବାର ପଜିଟିଭ ମାମଲା ତୁଳନାରେ ଆଜି(ମଙ୍ଗଳବାର) ସଂକ୍ରମିତଙ୍କ ସଂଖ୍ୟା କମଛି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,338ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ମଧ୍ୟ କମିଛି । ଦିନକରେ 19 ଜଣଙ୍କ ଜୀବନ ନେଇଛି ମହାମାରୀ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 17 ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 17,883 ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର 0.64% ରହିଛି । ଦେଶରେ ଏଯାବତ 41,61,55,74 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । 5,24,630 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1, 93, 45, 19, 805 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।
