ପୂର୍ବତନ ମୁମ୍ବାଇ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଚେନ୍ନାଇକୁ ବଦଳି

ନୂଆଦିଲ୍ଲୀ: ବଦଳିଲେ ପୂର୍ବତନ ମୁମ୍ବାଇ ଏନସିବି ଅଧିକାରୀ ସମୀର ୱାଙ୍ଖଡେ | ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ କ୍ଲିନ ଚିଟ ପରେ ଦାୟିତ୍ବହୀତ ତଦନ୍ତ ପାଇଁ ପୂର୍ବତନ ମୁମ୍ବାଇ ଜୋନର ମୁଖ୍ୟ ସମୀର ୱାଙ୍ଖଡେଙ୍କୁ ଚେନ୍ନାଇ ବଦଳି କରାଯାଇଛି । ବଦଳି ପରେ ଗତକାଲି ଏ ନେଇ ସମୀର ଟ୍ବିଟ କରି କହିଛନ୍ତି ଯେ, “ମୁଁ ନକରାତ୍ମକ ବିଷୟ ଉପରେ ଅଧିକ ବାର୍ତ୍ତାଳାପ କରେ ନାହିଁ । କାରଣ ଏପରି କଲେ ଘଟଣାରେ କୌଣସି ଉନ୍ନତି ଆସେ ନାହିଁ । ସର୍ବଦା ଆପଣ ଯେକୌଣସି ବିଷୟର ଭଲ ଦିଗ ଉପରେ ଫୋକସ କରିବା ଦରକାର । ଆମେ ନିୟନ୍ତ୍ରଣରେ ରହିଛୁ । ଯେପରିକି ନିଜ ନିଷ୍ପତ୍ତି ଉପରେ ଆପଣଙ୍କର ନିୟନ୍ତ୍ରଣ ରହିବ ।”

ଗତବର୍ଷ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜରେ ପାର୍ଟି ଚାଲିଥିବା ବେଳେ ଚଢାଉ କରିଥିଲା ଏନସିବି ଟିମ୍‌ । ଯେଉଁଥିରେ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ବାହାରକୁ ଆସିଥିଲେ । ଏହି ମାମଲାରେ ୨୮ ଦିନ ଧରି ଜେଲରେ ରହିବା ପରେ ଅକ୍ଟୋବର ୨୮ ତାରିଖରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଥିଲା ।

ସେହି ସମୟରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଏହି ମାମଲାର ତଦନ୍ତ କରିଥିଲେ । ଦାୟିତ୍ବହୀନ ତଦନ୍ତ ପାଇଁ ତାଙ୍କୁ ଏହି ମାମଲାରେ ତଦନ୍ତ ଦାୟିତ୍ବରୁ ବିଦା କରାଯାଇଥିଲା । ପରେ ଓ୍ବାଙ୍ଖଡେଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିମନ୍ତେ ଗୃହ ମନ୍ତ୍ରଣାଳୟ ସୁପାରିଶ କରିଥିଲା ।

Related Posts