କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଆଶୁ ଆରୋଗ୍ୟ କାମନା କଲେ ଦଳୀୟ ନେତା: ଦର୍ଘା ହଜରତ ୟୁସୁଫାନିରେ ଚଢ଼ାଇଲେ ଚଦର

ହାଇଦ୍ରାବାଦ: ମହାମାରୀ କରୋନା କବ୍ଜାରେ ଛନ୍ଦି ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି | ଏନେଇ ଗତକାଲି କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିବା ପରେ ଏବେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଦଳର ଜଣେ ନେତା |

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମହମ୍ମଦ ଅଲୀ ଶବିର ହାଇଦ୍ରାବାଦରେ ଥିବା ଦର୍ଘା ହଜରତ ୟୁସୁଫାନିରେ ଚଦର ଚଢ଼ାଇ ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ହାଇଦ୍ରାବାଦର ନମପାଲ୍ଲୀରେ ଥିବା ଦର୍ଘାରେ ମହମ୍ମଦ ନିଜର ସମର୍ଥକଙ୍କ ସହ ପ୍ରାର୍ଥନା କରୁଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଗୁରୁବାର ସୋନିଆ ଗାନ୍ଧିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଖବର ମିଳିଥିଲା। ସେ ଏବେ ଆଇସୋଲେସନରେ ଅଛନ୍ତି। ଏହି ଖବର ପାଇବା ପରେ ମହମ୍ମଦ ଅଲୀ ଶବିର ଓ ତାଙ୍କ ସମର୍ଥକମାନେ ମର୍ମାହତ ହୋଇଥିଲେ। ଏହାପରେ ସେମାନେ ଏକାଠି ଯାଇ ଦର୍ଘା ହଜରତ ୟୁସୁଫାନିରେ ଚଦର ଚଢ଼ାଇ ପ୍ରାର୍ଥନା କରିଛନ୍ତି।

ସେ କହିଛନ୍ତି, ମେଡଚାଲ ଠାରେ ଚାଲିଥିବା ନବ ସଂକଳ୍ପ ଶିବିରରେ ଅନେକ ବରିଷ୍ଠ କଂଗ୍ରେସ ନେତା ଭାଗ ନେଇଥିଲେ। ଏହି ସମୟରେ ସୋନିଆ ଗାନ୍ଧି କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ଏହାପରେ ସମସ୍ତେ ମିଳିତ ଭାବେ ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରିବା ପାଇଁ ଦର୍ଘା ହଜରତ ୟୁସୁଫାନିରେ ପହଞ୍ଚିଥିଲେ। ୪ କୋଟି ତେଲେଙ୍ଗାନାବାସୀଙ୍କ ଆଶୀର୍ବାଦ ସୋନିଆଙ୍କ ସହ ରହିଛି। ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଅଲୀ ଶବିର କହିଛନ୍ତି।

ସେ ଆହୁରି କହିଛନ୍ତି, “ତେଲେଙ୍ଗାନାର ୬୦ ବର୍ଷର ସ୍ୱପ୍ନ ପୂରଣ କରିବା ପାଇଁ ସୋନିଆ ଗାନ୍ଧି ଅନେକ ରାଜନୀତିକ ବଳିଦାନ ଦେଇଛନ୍ତି।

Related Posts