ଜଗା ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ: ୮ ଗୁରୁତର

ବୌଦ୍ଧ: ଜଗା ଦର୍ଶନ ପାଇଁ ଯିବା କାଳ ପାଲଟିଛି | ପୁରୀ ଯାଉଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଗୁରୁତର ବରଗଡ଼ ଅଞ୍ଚଳର । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ବାଡ଼ ଉପରେ କାର ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ସୂଚନା ଅନୁଯାୟୀ ବରଗଡ଼ ଅଞ୍ଚଳର ୮ ଜଣ ଯୁବକ ଗୋଟିଏ ଏର୍ଟିଗା କାର ଯୋଗେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ବାହାରିଥିଲେ । ହେଲେ ଭୋର ସକାଳ ସମୟରେ ବାଉଁଶୁଣି ନିକଟସ୍ଥ ବାଘନଦୀ ପୋଲ ଉପରେ ଥିବା ବାଡ଼ା ଉପରେ ଭାରସାମ୍ୟ ହରାଇ କାରଟି ପିଟି ହୋଇଥିଲା । ଫଳରେ କାରରେ ଥିବା ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ବାଉଁଶୁଣି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସେପଟେ ବାଉଁଶୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts