ଭୁବନେଶ୍ବର : ବାର୍ ଓ ଡ୍ୟାନ୍ସ ବାର୍ ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ | ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବାର୍ ଓ ଡ୍ୟାନ୍ସ ବାର୍ ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ । ଅଭିଯୋଗ ପରେ ଅବକାରୀ ବିଭାଗର ଏଭଳି ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ବରରେ ରାତି ୧୧ଟା ପରେ ବାର୍ ଓ ଡ୍ୟାନ୍ସ ବାର୍ ଚାଲୁଛି । ବାର୍‌ରୁ ଫେରୁଥିବା ବ୍ୟକ୍ତି ମଦ୍ୟପାନ କରି ରାସ୍ତାରେ ଆତଙ୍କରାଜ କରୁଛନ୍ତି । ରାତି ୧୧ଟାରେ ବାର୍ ଖୋଲୁଥିବା ନିୟମ ଉଲ୍ଲଂଘନ କରୁଥିବା ବାରକୁ ନୋଟିସ୍ ଜାରି କରାଯାଇଛି ।

ନୋଟିସ୍ ଜାରି ପରେ ନିୟମ ଉଲ୍ଲଂଘନ କଲେ ବାର୍ ଓ ଡ୍ୟାନ୍ସ ବାରର ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ।