ମୁଁ ପାର୍ବତୀ, ଶିବଙ୍କୁ ବିବାହ କରିବି; ଭାରତ-ଚୀନ ସୀମାରେ ପହଞ୍ଚି ଲଖନଉର ଜଣେ ମହିଳାଙ୍କ ଦାବି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ପିଥୋରାଗଡ଼ରେ କୈଳାଶ-ମାନସରୋବର ରାସ୍ତାରେ ଭାରତ-ଚୀନ ସୀମା ପାଖରେ ଏକ କଟକଣା ଅଞ୍ଚଳରେ ଲଖନଉର ମହିଳା ନିଜକୁ ପାର୍ବତୀଙ୍କର ଅବତାର କହିଛନ୍ତି । ଏଥି ସହିତ ସେ ସେହି ସ୍ଥାନ ଛାଡ଼ିବାକୁ ମଧ୍ୟ ମନା କରିଛନ୍ତି । ମହିଳା ଜଣକ କହିଛନ୍ତି ଯେ, ସେ କୈଳାଶ ପର୍ବତରେ ରହୁଥିବା ଭଗବାନ ଶିବଙ୍କୁ ବିବାହ କରିବେ । ମହିଳାଙ୍କ ନାମ ହରମିନ୍ଦର କୌର ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।

ବେଆଇନ ଭାବେ ରହୁଛନ୍ତି ଏହି ମହିଳା। ଲକ୍ଷ୍ନୌର ଏହି ମହିଳା ନିଜକୁ ପାର୍ବତୀଙ୍କ ଅବତାର ବୋଲି ଦାବି କରିଛନ୍ତି। ଏଥିସହ ସେ କୈଳାଶ ପର୍ବତ ଯାଇ ଶିବ ଠାକୁରଙ୍କୁ ବିବାହ କରିବାକୁ ଚାହୁଁଥିବା କହିଛନ୍ତି। ନାଭିଡାଙ୍ଗରୁ ତାଙ୍କୁ ହଟାଗଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ପୋଲିସକୁ କହିଛନ୍ତି।

ମହିଳା ଜଣଙ୍କ ହେଲେ ହରମିନ୍ଦର କୌର। ତାଙ୍କୁ ନାଭିଡାଙ୍ଗରୁ ହଟାଇବା ପାଇଁ ୧୨ ଜଣିଆ ପୋଲିସ ଦଳ ପଠାଯାଇଛି। ମେଡିକାଲ କର୍ମଚାରୀମାନେ ମଧ୍ୟ ଏହି ଦଳରେ ସାମିଲ୍‌ ହୋଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳର ଏହି ମହିଳା ଉପ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଠାରୁ ୧୫ଦିନ ଅନୁମତି ନେଇ ଏଠାକୁ ଆସିଥିଲେ। ପରେ ତାଙ୍କ ମାଆଙ୍କ ସହ ଗୁଞ୍ଜି ଯାଇଥିଲେ। କିନ୍ତୁ ମେ ୨୫ ରେ ଅନୁମତି ଅବଧି ସମାପ୍ତ ହେବା ପରେ ମଧ୍ୟ ସେ ଅଞ୍ଚଳ ଛାଡିବାକୁ ମନା କରିଦେଇଥିଲେ।

ପୋଲିସ୍‌ ତାଙ୍କୁ ସେଠାରୁ ହଟିବାକୁ କହିବାରୁ ମହିଳା ଜଣ ନିଜକୁ ପାର୍ବତୀଙ୍କ ଅବତାର ବୋଲି କହିଥିଲେ। ଏବଂ ଭୋଳେନାଥଙ୍କୁ ବିବାହ କରିବେ ବୋଲି କହିଥିଲେ। ମହିଳାଙ୍କ କଥାବାର୍ତ୍ତାରୁ ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ସନ୍ଦେହ କରାଯାଉଛି।

Related Posts