ଆମେ ଏଠାରେ କ୍ଷମତାରେ ଅଛୁ; ବିଜେପି ଏହା ଭୁଲିଯିବା ଉଚିତ ନୁହେଁ: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣିଥରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆମେ ଏଠାରେ (ମହାରାଷ୍ଟ୍ରରେ) କ୍ଷମତାରେ ଅଛୁ । ଏହା ବିଜେପିକୁ ଭୁଲିଯିବା ଉଚିତ ନୁହେଁ”। ବିଜେପି ‘ଘୋଡା ବ୍ୟବସାୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି’ । ଏପରିକି ଭୋଟ କିଣିବା ପାଇଁ ମଧ୍ୟ ପଛାଉ ନାହିଁ ବୋଲି କହିଛନ୍ତି । ଶିବସେନା ବର୍ତ୍ତମାନ ରାଜ୍ୟସଭା ପ୍ରାର୍ଥୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ସେପଟେ ବ୍ୟକ୍ତିଗତ ଭାବରେ ଶିବସେନା, କଂଗ୍ରେସ ଏବଂ ଏନସିପି ରାଜ୍ୟ ସଭା ପାଇଁ ଗୋଟିଏ ଲେଖାଏଁ ପ୍ରାର୍ଥୀ ଦେବାବେଳେ ବିଜେପି ତିନିଜଣ ପ୍ରାର୍ଥୀ ରଖିଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି ।

ଏହା ସହ ରାଜ୍ୟରେ କୌଣସି ଘୋଡା କାରବାର କରାଯାଉ ନାହିଁ। ହେଲେ ବିଜେପିର ଉଦ୍ଦେଶ୍ୟ ସ୍ପଷ୍ଟ । ନିର୍ବାଚନ ପାଇଁ ସେମାନେ ଟଙ୍କା ଏବଂ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ବ୍ୟବହାର କରୁଛନ୍ତି । କିନ୍ତୁ ଆମେ ଏଠାରେ କ୍ଷମତାରେ ଅଛୁ ବିଜେପି ଏହା ଭୁଲିଯିବା ଉଚିିତ ନୁହେଁ ବୋଲି ସଞ୍ଜୟ ରାଉତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts