ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଭିଡ୍ ପଜିଟିଭ୍ ହେଲେ ଦେବେନ୍ଦ୍ର ଫଡ଼ନାଭିସ୍ । ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ ବଡ଼ ନେତା ଅଭିନେତା ମଧ୍ୟ ସଂକ୍ରମିତ ହେଲେଣି। ଗତକାଲି ଫିଲ୍ମ ତାରକ ଆରିୟନ ଓ ଆଦିତ୍ୟ କପୁର କୋଭିଡ୍ ପଜିଟିଭ୍ ହୋଇଥିବା ବେଳେ ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ କୋଭିଡ୍ ପଜିଟିଭ୍ ହୋଇଛନ୍ତି।ଏନେଇ ସେ ନିଜେ ଟ୍ୱିଟ୍ କରି ସୂନା ଦେଇଛନ୍ତି। ତା ସହ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ ବୋଲି ଫଡ଼ନାଭିସ୍ ଟ୍ୱିଟ୍ କରିଛନ୍ତି।

ତେବେ ମୁମ୍ବାଇରେ କରୋନା ସଂକ୍ରମଣ ଏବେ ହଜାରେ ମୁହାଁ ହେଲାଣି। ଶନିବାର ମୁମ୍ବାଇରେ ୮୮୯ ରୋଗୀ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଏହି ସଂଖ୍ୟା ୭୬୩ ଥିଲା। ଫଳରେ କେବଳ ମୁମ୍ବାଇରେ ମୋଟ କରୋନା ସଂକ୍ରମଣ ୧୦,୬୮,୮୯୭ ହୋଇଥିବା ବେଲେ ମୃତ୍ୟୁ ସଂଖ୍ୟା ୧୯,୫୬୮ ହୋଇଛି। ସେହିପରି ଶନିବାର ୩୯୨ ଜଣ ସୁସ୍ଥ ହୋଇଥିବା ବେଳେ ସହରର ମୋଟ ସୁସ୍ଥ ସଂଖ୍ୟା ୧୦,୪୫,୦୩୫ ରହିଛି। ବର୍ତ୍ତମାନ ମୁମ୍ବାଇରେ ଆକ୍ଟିଭ୍ ସଂଖ୍ୟା ୪,୨୯୪ ରହିଛି।