ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ସାଇକେଲ ଚାଳକ ଦଳର ପ୍ରଶିକ୍ଷକ ଆର.କେ ଶର୍ମାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭାରତର ଟପ ର୍ୟାଙ୍କିଂ ସାଇକ୍ଲିଷ୍ଟ । ତେବେ ସେ ନିଜ ଜୀବନକୁ ଡରୁଛନ୍ତି । କାହିଁକିନା ଦଳର ପ୍ରଶିକ୍ଷକ ଆର କେ ଶର୍ମା ତାଙ୍କୁ ନିଜ କୋଠରୀରେ ବାଧ୍ୟ କରିଥିବାର ସେ ଅଭିଯୋଗ କରିଛନ୍ତି। ସେପଟେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆକୁ ଇମେଲ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କୁ ଗତ ମାସରେ ସ୍ଲୋଭେନିଆରେ ଏକ କ୍ୟାମ୍ପ ସମୟରେ ତାଙ୍କୁ ତାଙ୍କ ସହ ଶୋଇବାକୁ କହିଥିଲେ। ଅଭିଯୋଗରେ ଦର୍ଶାଯାଇଛି ଯେ ପ୍ରଶିକ୍ଷକ ଶର୍ମା ସାଇକେଲ ଚାଳକଙ୍କୁ କହିଥିଲେ ଯେ ସେ ତାଙ୍କୁ ପତ୍ନୀ କରିବାକୁ ଚାହୁଁଛନ୍ତି।
ଚାଳକ ଜଣକ ଯେତେବେଳେ ଏହାକୁ ବିରୋଧ କରିଥିଲେ, ସେତେବେଳେ ତାଙ୍କୁ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସରୁ ହଟାଇବା ସହ ରାସ୍ତାରେ ପନିପରିବା ବିକ୍ରୟ କରିବେ ବୋଲି କୋଚ୍ ଧମକ ଦେଇଥିଲେ। କେବଳ ଏତିକି ନୁହେଁ ବରଂ ଯେତେବେଳେ ସାଇକେଲ ଆରୋହୀ କ୍ୟାମ୍ପ ଛାଡି ଭାରତକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଶର୍ମା ତାଙ୍କ ପରିବାରକୁ ଡାକିଥିଲେ ଏବଂ କ୍ରୀଡ଼ାରେ ତାଙ୍କର ଭବିଷ୍ୟତ ନ ଥିବାରୁ ତାଙ୍କୁ ବିବାହ କରିବାକୁ କହିଥିଲେ। ଅନ୍ୟପଟେ ଶର୍ମା ଚଳିତ ମାସରେ ଏସୀୟ ଚାମ୍ପିଅନସିପ୍ ପାଇଁ ତାଲିମ ଶିବିରରେ ବାକି ଭାରତୀୟ ଦଳ ସହିତ ସ୍ଲୋଭେନିଆରେ ଅଛନ୍ତି ଏବଂ ଜୁନ୍ ୧୪ ରେ ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ରହିଛି। । କୋଚ୍ ୨୦୧୪ ଠାରୁ ଜାତୀୟ ଦଳ ସହିତ ଜଡିତ ଅଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





