ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶ ବିଧାନ ପରିଷଦ ହେଲା କଂଗ୍ରେସ ଶୂନ୍ୟ । ଦିନେ ଦେଶର ୩୦ ଟି ରାଜ୍ୟରେ ନିଜର ଦବ ଦବା ରଖିଥିବା କଂଗ୍ରେସ ଆଜି ଗୋଟିଏ ରାଜ୍ୟରେ ସୀମିତ ହୋଇଛି । ଏହାସହ ସଂସଦରେ ବି ବିରୋଧୀ ଦଳ ଭୂମିକା ପାଇଁ ଯେତିକି ସାଂସଦର ଆବଶ୍ୟକତା ରହିଛି ତାହା କଂଗ୍ରେସ ପାଖରେ ନାହିଁ । ଖାଲି ନାଁ କୁ ମାତ୍ର ବିରୋଧୀଦଳ ଭାବେ କଂଗ୍ରେସ ସଂସଦରେ ରହିଛି । ହେଲେ ସବୁଠାରୁ ଦୁଃଖର ବିଷୟ କି କଂଗ୍ରେସ ଏବେ ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ଶୂନ୍ୟ ହୋଇଯାଇଛି । ତଥ୍ୟ ମୁତାବକ ୧୯୩୫ ମସିହା ପରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବିଧାନ ପରିଷଦ କଂଗ୍ରେସ ଶୂନ୍ୟ ହୋଇଛି । ଚଳିତ ନିର୍ବାଚନ ପରେ ଜଣେ ବି କଂଗ୍ରେସ ସଦସ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇ ପାରି ନାହାଁନ୍ତି । ସୌଭାଗ୍ୟ ବସତଃ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଉତ୍ତର ପ୍ରଦେଶରେ ମାତ୍ର ୨ ଟି ବିଧୟାକ ଜିତାଇବାରେ ସକ୍ଷମ ହୋଇଥିଲା ।
ୟୁପି ବିଧାନପରିଷଦରେ ଥିବା ଏକମାତ୍ର କଂଗ୍ରେସ ପାର୍ସଦ ଦୀପକ ସିଂଙ୍କ କାର୍ୟ୍ୟକାଳ ଜୁଲାଇ ୬ ତାରିଖରେ ସମାପ୍ତ ହୋଇ ଯାଇଛି । ସେପଟେ ଦେଶ ସ୍ୱାଧୀନ ହେବା ପୂର୍ବରୁ ୧୯୩୫ ମସିହାରେ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ଗଠନ ହୋଇଥିଲା । ଏହାପରେ ସେଠାରେ ଦୀର୍ଘଦିନ ଧରି କେବଳ କଂଗ୍ରେସ ହିଁ ରାଜ କରୁଥିଲା । ହେଲେ ଚଳିତ ବିଧାନ ପରିଷଦ ନିର୍ବାଚନ ପରେ କେବଳ କଂଗ୍ରେସ ନୁହେଁ ବରଂ ରାଜ୍ୟର ଅନ୍ୟଏକ ବୃହତ୍ତମ ଦଳ ସମାଜବାଦୀ ପାର୍ଟି ବି ମାତ୍ର ୧୪ ଜଣ ପାର୍ସଦଙ୍କୁ ଜିତାଇବାରେ ସକ୍ଷମ ହୋଇଛି । ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ମୋଟ ୧୦୦ ଜଣ ପାର୍ସଦ ନିର୍ବାଚିତ ହୋଇଥାନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





