ଦେଶର ଗଣତନ୍ତ୍ର, ନ୍ୟାୟପାଳିକା, କେନ୍ଦ୍ରୀୟ ଅନୁସନ୍ଧାନ ଏବଂ ନିର୍ବାଚନ ଆୟୋଗକୁ ବିଜେପି ନିୟନ୍ତ୍ରଣ କରୁଛି: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ବାଜି ମାରିଛି । ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ବଡ଼ ଅଭିଯୋଗ କରିଥିବାର ଦେଖିବାକୁ ମିଳିଛି । ସେପଟେ ଶିବସେନା ବିଧାୟକ ସୁହାସ କାଣ୍ଡେଙ୍କ ଭୋଟକୁ ପ୍ରତ୍ୟାଖ୍ୟାନ କରିବା ନେଇ ନିର୍ବାଚନ ଆୟୋଗଙ୍କ ଏପରି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ନିର୍ବାଚନ ଆୟୋଗ ଦ୍ୱାରା ଆମର ଗୋଟିଏ ଭୋଟ୍ ଅବୈଧ ହୋଇଛି। ଆମେ ଦୁଇଟି ଭୋଟକୁ ବିରୋଧ କରିଥିଲୁ, କିନ୍ତୁ ଏଥିରେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ନିର୍ବାଚନ ଆୟୋଗ ବିଜେପିର ସମର୍ଥନ କରିଛନ୍ତି ବୋଲି କହିଛନ୍ତି । ଏହା ସହ ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ପ୍ରାୟ ସାତ ଘଣ୍ଟା ବନ୍ଦ ହେବା ପରେ ସଞ୍ଜୟ ରାଉତ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ ।

ଏବଂ ବିଜେପି କମିଶନଙ୍କୁ ନିଜ ଅଧୀନରେ ନେଇଥିବାର ଅଭିଯୋଗ କରିଥିଲେ । ରାଉତ ଟ୍ୱିଟ୍ କରି କହିଛନ୍ତି ଯେ ଦେଶର ଗଣତନ୍ତ୍ର, ନ୍ୟାୟପାଳିକା, କେନ୍ଦ୍ରୀୟ ଅନୁସନ୍ଧାନ ଯନ୍ତ୍ର ଏବଂ ନିର୍ବାଚନ ଆୟୋଗକୁ ବିଜେପି ନିୟନ୍ତ୍ରଣ କରିଛି। ମହାରାଷ୍ଟ୍ରରେ, ତିନୋଟି ଭୋଟ୍ ଉପରେ ନିଷ୍ପତ୍ତି ନେବାକୁ ସାତ ଘଣ୍ଟା ଲାଗେ କି? ଏହା ଆଶ୍ଚର‌୍ୟ୍ୟଜନକ ଅଟେ । ଗଣତନ୍ତ୍ରର ଏହି \’କମେଡି ଶୋ\’ କେତେ ଦିନ ପର‌୍ୟ୍ୟନ୍ତ ଚାଲିବ? ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହେବାରେ ଲାଗିଛି ।

Related Posts