ବେଆଇନ ଲୋନ ଆପ୍‌ ମାଧ୍ୟମରେ ଲୋକଙ୍କୁ ଠକିବା ଅଭିଯୋଗରେ କର୍ଣ୍ଣାଟକର ଉଡୁପି ଅଞ୍ଚଳର 2 ନିର୍ଦ୍ଦେଶକ ଭୁବନେଶ୍ବରରୁ ଗିରଫ

ଭୁବନେଶ୍ବର: ବେଆଇନ ଲୋନ ଆପ୍‌ ମାଧ୍ୟମରେ ଲୋକଙ୍କୁ ଠକିବା ମାମଲାରେ ପୋଲିସ କୁ ମିଳିଲା ସଫଳତା । ଆଉ ୨ ଜଣ ଅଭିଯୁକ୍ତଙ୍କୁ କଲା ଗିରଫ । ଭୁବନେଶ୍ବରରୁ ଗିରଫ ହୋଇଛନ୍ତି ଏହି ଦୁଇ ଅଭିଯୁକ୍ତ । କ୍ରାଇମ୍‌ବ୍ରାଞ୍ଚ ଲୋନ୍‌ ଆପ୍‌ କଂପାନିର ୨ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ନିର୍ଦ୍ଦେଶକ ହେଲେ ରକ୍ସିତ ଓ ସୁଶାନ୍ତ।‌

ସେମାନେ କର୍ଣ୍ଣାଟକର ଉଡୁପି ଅଞ୍ଚଳର ହୋଇଥିବା ସୂଚନା।
କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତମାନେ ମୁଡମେଟ୍‌ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ, ୟେଲୋ ଟ୍ୟୁନ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ ଓ ପିଙ୍କଲିଫ୍‌ ଆୟନ କମ୍ୟୁନିକେଶନସ୍‌ ପ୍ରାଇ‌ଭେଟ୍‌ ଲିମିଟେଡର ନିର୍ଦ୍ଦେଶକ। ଏମାନେ ବେଆଇନ୍‌ ଲୋନ୍‌ ଆପ୍‌ସ କୋକୋ, ଜୋଲୋ ଓ ଅନ୍ୟ ଆପ୍‌ସ ମାଧ୍ୟମରେ ଲୋକଙ୍କୁ ଲୋନ୍‌ ଦେବା ବାହାନ କରି ବିଭିନ୍ନ ଉପାୟରେ ଠକୁଥିଲେ। ଏଥି ପାଇଁ ସେମାନେ ଅନ୍ୟ କଂପାନିର ସହିତ ମଧ୍ୟ ଯୋଗାଯୋଗ ରଖିଥିଲେ। ଏଥି ପାଇଁ ସେମାନେ ବେଙ୍ଗାଲୁରୁ ଠାରେ ଏକ କଲ୍‌ ସେଣ୍ଟର ପ୍ରତିଷ୍ଠା କରିଥିଲେ । ଯାହା ମାଧ୍ୟମରେ ଲୋକଙ୍କୁ ଫସାଇ ତାଙ୍କ ଠାରୁ ଟଙ୍କା ଠକୁ ଥିଲେ।

Related Posts