ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିଂସା ପ୍ରଭାବିତ ଅଞ୍ଚଳକୁ ବୁଲିବାକୁ ଯାଇ ଗିରଫ ହେଲେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର । ପ୍ରଥମେ ତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ହେଲେ ସେ ପୋଲିସ ଘେରା ଭାଙ୍ଗି ବାହାରି ଯାଇଥିଲେ । ଏହାପରେ ପୋଲିସ ତାଙ୍କ ପିଛାକରି ତାଙ୍କୁ ଗିରଫ କରିଛି । ସେ ହଓଡା ଜିଲ୍ଲାର ପଞ୍ଚଲା ଯିବା ରାସ୍ତାରେ ତାଙ୍କୁ ଗିରଫ କରାଯାଇଛି । ସେପଟେ ପେଗାମ୍ବର ମହମ୍ମଦଙ୍କ ଉପରେ ବିଜେପିର ପୂର୍ବ ପ୍ରବକ୍ତା ନୁପୂର ଶର୍ମାଙ୍କ ବୟାନକୁ ବିରୋଧ କରି ଶୁକ୍ରବାର ଦିନ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଇଛି । ଏହି କ୍ରମରେ ପଶ୍ଚିମବଙ୍ଗର ହାଓଡା ଜିଲ୍ଲାରେ ପ୍ରଦର୍ଶନ ବେଳେ ହିଂସା ଦେଖିବାକୁ ମିଳିଥିଲା । ପ୍ରଦର୍ଶନକାରୀମାନେ ହାଓଡା ଜିଲ୍ଲାରେ ଥିବା ବିଜେପିର ପାର୍ଟି ଅଫିସରେ ବି ନିଆଁ ଲଗାଇ ଦେଇଥିଲେ ।
ଏନେଇ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ହିଂସା ହୋଇଥିବା ପଞ୍ଚଲା ଯିବାକୁ ବାହାରି ଥିବା ବେଲେ ପୋଲିସ ତାଙ୍କୁ ଗିରଫ କରିଛି । ଦେଶରେ ଜାରି ରହିଥିବା ଧାର୍ମିକ ହିଂସାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା ସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କରିଥିବା ଟ୍ୱିଟରେ ଲେଖିଛନ୍ତି କି ବିଜେପିର ପାପ ପାଇଁ କାହିଁକି ସାରା ଦେଶର ଲୋକ ଭୋଗିବେ । ଏହାସହ ପଶ୍ଚିମବଙ୍ଗ ରାଜ୍ୟପାଳଏଭଳି ହିଂସା ଭିଆଉଥିବା ଲୋକଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରିଛନ୍ତି ମମତା ବାର୍ନାଜୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





