ଇଡି ଅଫିସରେ ରାହୁଲଙ୍କୁ ଜେରା ଚାଲିଥିବା ବେଳେ ବାହାରେ ଟାୟାର ଜାଳିଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇଡି ଅଫିସରେ ରାହୁଲଙ୍କୁ ଜେରା ଚାଲିଥିବା ବେଳେ ବାହାରେ ଟାୟାର ଜାଳିଲେ କଂଗ୍ରେସ କର୍ମୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ତୃତୀୟ ଦିନରେ ଇଡି ଜେରା କରିଛି। ନେସନାଲ ହେରାଲ୍ଡ ମାମଲାରେ ଇଡି ରାହୁଲଙ୍କୁ ଜେରା କରୁଛି। କେବଳ ଏତିକି ନୁହେଁ ବରଂ ଗତ ୩ଦିନ ମଧ୍ୟରେ ୮୦୦ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଥିବାର ସୂଚନା ମିଳିଛି । ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସିପି ସାଗର ହୁଡା କହିଛନ୍ତି ଯେ ସୋମବାର ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରିବା ପରେ କଂଗ୍ରେସ ସତ୍ୟଗ୍ରାହ ଆରମ୍ଭ କରିଥିଲା।

ସେହିଦିନଠାରୁ ପ୍ରାୟ ୮୦୦ ଲୋକଙ୍କୁ ଅଟକ ରଖାଯାଇଛି। ଆଜି ବିରୋଧ ପ୍ରଦର୍ଶନ ପାଇଁ ଦଳ ଅନୁମତି ନେଇ ନାହିଁ ଏବଂ ଧାରା ୧୪୪ ବଳବତ୍ତର ଥିବା ଅଞ୍ଚଳରେ କଂଗ୍ରେସ କର୍ମୀ ଏବଂ ନେତାମାନେ ଏକାଠି ହୋଇଛନ୍ତି। ଫଳସ୍ୱରୂପ, ସେମାନଙ୍କୁ ଅଟକ ରଖାଯାଇଛି। ଗତକାଲି ରାତିରେ ଆମେ ଲିଖିତ ଭାବେ କଂଗ୍ରେସକୁ ଜଣାଇଥିଲୁ ଯେ, ଇଡି ଅଫିସ ଚାରିପାଖରେ ଧାରା ୧୪୪ ଲାଗୁ ହେବା ସହିତ ଆକବର ରୋଡରେ କୌଣସି ସମାବେଶ କରାଯିବ ନାହିଁ। ନୋଟିସ ପାଇ ବି କଂଗ୍ରେସ କର୍ମୀ ଆସି ୧୪୪ ଲାଗୁ ଥିବା ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିବାରୁ ଆମେ ସେମାନଙ୍କୁ ଅଟକ ରଖିଛୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts