ସୋନିଆ-ରାହୁଲଙ୍କର ଯଦି କିଛି ହେଲା ତାହାଲେ ଦେଶ ଜାଳିଦେବୁ: ଶେଖ୍ ହୁସେନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରୁଛି । ଏହାକୁ ବିରୋଧ କରି ତୃତୀୟ ଦିନ ମଧ୍ୟ ଇଡି ଅଫିସ ବାହାରେ ବିରୋଧ ପ୍ରଦର୍ଶନ ଜାରି ରଖିଛି କଂଗ୍ରେସ। ଏହା ମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା ଶେଖ୍ ହୁସେନ ଦେଇଥିବା ବିବାଦୀୟ ବୟାନକୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ସୋନିଆ-ରାହୁଲଙ୍କର କିଛି ହେଲେ ଦେଶ ଜାଳିଦେବା କଥା କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁକୁର ଭଳି ମାରିବେ ବୋଲି କହିଛନ୍ତି ହୁସେନ। ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରି ଏଭଳି ବିବାଦୀୟ ବୟାନ ଦେଇଥିବାରୁ ତାଙ୍କ ନାଁରେ ନାଗପୁରରେ ଏତଲା ରୁଜୁ କରାଯାଇଛି।

ଗତକାଲି ରାତିରେ ଧାରା ୨୯୪ ଏବଂ ୫୦୪ ଆଇପିସି ଅଧୀନରେ ତାଙ୍କ ବିରୋଧରେ ଏକ ଏତଲା ପଞ୍ଜିକୃତ ହୋଇଛି। ଶେଖ ହୁସେନଙ୍କ ଏଭଳି ବିବାଦୀୟ ବୟାନ ପରେ ବିଜେପି କହିଛି ଯେ, ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ଲୋକମାନେ ହିଂସାତ୍ମକ ହୋଇପଡିଛନ୍ତି ଏବଂ ବର୍ତ୍ତମାନ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଉଛନ୍ତି। ହେଲେ ସେମାନେ ମହାତ୍ମା ଗାନ୍ଧିଙ୍କ ନାଁରେ ପ୍ରଦର୍ଶନ କରୁଥିବା ବିଷୟରେ କିପରି କହୁଛନ୍ତି? ଅହିଂସା ମହାତ୍ମା ଗାନ୍ଧିଙ୍କ ସହ ଜଡିତ ଏବଂ ଏହି ଲୋକମାନେ ହିଂସା କରୁଛନ୍ତି।

Related Posts