ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ କଂଗ୍ରେସ । ତେବେ ଅଖିଳ ଭାରତୀୟ କଂଗ୍ରେସ କାର‌୍ୟ୍ୟାଳୟକୁ ଦିଲ୍ଲୀ ପୁଲିସ ପ୍ରବେଶ କରିବା ସହିତ କାର‌୍ୟ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରିବା । ଏବଂ ଦଳୀୟ କର୍ମୀଙ୍କୁ କାର‌୍ୟ୍ୟାଳୟ ଭିତରକୁ ନ ଛାଡ଼ିବା ଓ ପ୍ରତିବାଦ କରୁଥିବା କର୍ମୀଙ୍କୁ ଲାଠିମାଡ଼ କରିବା ବିରୋଧରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଲଗାତାର ୩ଦିନ ଧରି ଇଡି ପଚରାଉଚରା କରୁଛି।

କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନମାନସରେ ନିନ୍ଦିତ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସିବିଆଇ, ଆଇଟି, ଇଡି ଆଦି ସଂସ୍ଥାକୁ ବ୍ୟବହାର କରି କଂଗ୍ରେସ ନେତାଙ୍କୁ ଶିକାର କରୁଛନ୍ତି। ଏହାର ବିରୋଧରେ ପିସିସି ପକ୍ଷରୁ ଆସନ୍ତାକାଲି ରାଜଭବନ ଓ ୧୭ତାରିଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍ର ସରକାରଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Related Posts