ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପୂର୍ବରୁ IAS ସ୍ତରରେ ବଡ ଧରଣର ଅଦଳ ବଦଳ

ଭୁବନେଶ୍ୱର: ପୁଣିଥରେ ରାଜ୍ୟ ପ୍ରଶାସନିକ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ । ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି।

ବରିଷ୍ଠ ଆଇଏଏସ ଅଫିସର ପ୍ରେମଚାନ୍ଦ ଚୌଧୁରୀ କୃଷି ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ସଂଗ୍ରାମ ମହାପାତ୍ର ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି। ଏହାସହ ତିନି ମହାନଗର ନିଗମର କମିଶନରଙ୍କୁ ମଧ୍ୟ ବଦଳି କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ମହାନଗର କମିଶନର ହୋଇଛନ୍ତି ବିଜୟ ଅମୃତା କୁଲାଙ୍ଗେ।

କନ୍ଧମାଳ ଜିଲାପାଳ ବୃନ୍ଦା ଡି. ହେଲେ ଓଏସ୍‌ଏମ୍‌ସିଏଲ୍‌ ଏମ୍‌ଡି। ପ୍ରେମଚନ୍ଦ୍ର ଚୌଧୁରୀ ହେଲେ କୃଷି ନିର୍ଦ୍ଦେଶକ। ସେହିପରି ସଂଗ୍ରାମ ମହାପାତ୍ର ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି। ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଳାଙ୍ଗେ ହେଲେ ଭୁବନେଶ୍ବର ମହାନଗର ନିଗମ କମିଶନର ।
ଅନ୍ୟପକ୍ଷେ, କଟକ ମହାନଗର କମିଶନର ଭାବେ ନିଖିଲ ପବନ କଲ୍ୟାଣଙ୍କୁ ନିଯୁକ୍ତି କରାଯାଇଛି। କେ.ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲାପାଳ ହୋଇଥିବା ବେଳେ ରାଜସ୍ବ ବିଭାଗ ଯୁଗ୍ମ ସଚିବ ହୋଇଛନ୍ତି ମଧୁସ୍ମିତା ସାହୁ। ଗାଭାଲି ପରାଗ ହର୍ଷଦ ହେଲେ ସୁନ୍ଦରଗଡ଼ ଜିଲାପାଳ ହୋଇଥିବା ବେଳେ ସ୍ବଧା ଦେବସିଂ ରାୟଗଡ଼ା ଜିଲାପାଳ ହୋଇଛନ୍ତି। ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଅନନ୍ୟା ଦାସ ସମ୍ବଲପୁର ଜିଲାପାଳ ହୋଇଥିବା ବେଳେ ଦିବ୍ୟଜ୍ୟୋତି ପରିଡାଙ୍କୁ ଗଞ୍ଜାମ ଜିଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସିଦ୍ଧେଶ୍ୱର ବଳିରାମଙ୍କୁ ଭଦ୍ରକ ଜିଲାପାଳ ଦାୟିତ୍ୱ ଦିଆଯାଇଛି। ତ୍ରିଲୋଚନ ମାଝୀ ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ହୋଇଛନ୍ତି। ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ହେଲେ ବାଲେଶ୍ୱର ଜିଲାପାଳ। ସୋମେଶ କୁମାର ଉପାଧ୍ୟାୟ ହେଲେ ଦେବଗଡ଼ ଜିଲାପାଳ। ସେହିପରି ପି.ଅନ୍ବେଷା ରେଡ୍ଡୀ ହୋଇଛନ୍ତି କଳାହାଣ୍ଡି ଜିଲାପାଳ। ପାଟିଲ ଆଶିଷ ହେଲେ କନ୍ଧମାଳ ଜିଲାପାଳ, ହେମକାନ୍ତ ସାଏ ନୂଆପଡ଼ା ଜିଲାପାଳ, କୀର୍ତ୍ତି ଭାସନ ଗଞ୍ଜାମ ପିଡି ଡିଆର୍‌ଡିଏ, ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭୁବନେଶ୍ୱର ମହାନଗର ଅତିରିକ୍ତ କମିଶନର ଭାବେ ନିଯୁକ୍ତ କରାଯାଇଛି। ସେହିପରି ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର ହୋଇଥିବା ବେଳେ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲଙ୍କୁ ଜିଏ ବିଭାଗ ଅନୁସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

Related Posts