ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ଦକ୍ଷିଣେଶ୍ବର ମନ୍ଦିରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଦକ୍ଷିଣେଶ୍ବର ପରି କାଳିଘାଟରେ ମଧ୍ୟ ୩୦୦ କୋଟି ଟଙ୍କା ବ୍ୟୟରେ ‘ସ୍କାଏୱାକ୍’ ନିର୍ମାଣ ଚାଲିଛି। ସମଗ୍ର ବଙ୍ଗରେ ଧର୍ମ ସମ୍ବନ୍ଧୀୟ ଅନେକ କାର୍ୟ୍ୟ କରାଯାଇଛି। ଅତିଥି ଭବନ କାର୍ୟ୍ୟ ଶେଷ କରିବା ଲାଗି ଦକ୍ଷିଣେଶ୍ବରରେ ଥିବା ‘କେଏମ୍ଡିଏ’ ଆଉ ୧୦ କୋଟି ଟଙ୍କା ଦେବ। ବଙ୍ଗ କାହାକୁ ଭିକ୍ଷା ମାଗେ ନାହିଁ ବୋଲି ମମତା ବାର୍ନାଜୀ କହିଛନ୍ତି ।
ସେପଟେ ଦକ୍ଷିଣେଶ୍ବର ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରି ସାରିବା ପରେ ମମତା ବାନାର୍ଜୀ ସେଠାରେ ଏକ ଯାଦୁଘର ଏବଂ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ଦକ୍ଷିଣେଶ୍ବରର ଇତିହାସ ଏବଂ ଫଟୋ ଥିବା ଗୋଟାଏ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
