ଗୁରୁଗ୍ରାମ: ପୂର୍ବତନ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କୁ ଧମକ ଦେଇ ଭୀମ ସେନା ମୁଖ୍ୟ ନବାବ ସତପାଲ ତନୱାର ଗିରଫ ହୋଇଛନ୍ତି। ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରୁ ତନଓ୍ବାର୍‌ଙ୍କୁ ପୋଲିସ ଗିରଫ କରିଛି। ତନଓ୍ବାର ଅତୀତରେ ଘୋଷଣା କରିଥିଲେ ଯେ, ଯିଏ ନୁପୁରଙ୍କ ଜିଭ କାଟିବ, ତାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ।

ଏନେଇ କାନପୁରରେ ସତ୍ୟପାଲ ତନୱାରଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ, ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମା । ଫଳରେ ଏନେଇ ତାଙ୍କୁ ଜୀବନରୁ ମାରି ଦେବାକୁ ତଥା ତାଙ୍କ ଜିଭ କାଟିଦେବାକୁ ଧମକ ଦେଇଥିଲେ ଭୀମସେନା ମୁଖ୍ୟ ।

ଏହା ପୂର୍ବରୁ ମଧ୍ୟ ଜ୍ଞାନବାପୀ ମସଜିଦର ପରିସରରୁ ମିଳିଥିବା ଶିବଲିଙ୍ଗ ଉପରେ ଦଙ୍ଗା ସୃଷ୍ଟି କାରୀ ମନ୍ତବ୍ୟ ଦେଇଥିଲେ ସତପାଲ ତମ୍ବର । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ନୂପୂର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେବା ପରେ ସେ ଆହୁରି ଉଗ୍ର ହୋଇଉଠିଥିଲେ । ତେବେ ଜନସଭାରେ ନୂପୂର ଶର୍ମାଙ୍କ ଜିଭ କାଟି ଆଣିବାକୁ କହୁଥିବାର ଏକ
ଭିଡିଓ ସାଇବର ସେଲର ହାତରେ ଲାଗିବା ପରେ ତାଙ୍କ ବିରୋଧରେ ଏକାଧିକ ସଙ୍ଗୀନ ମାମଲା ରୁଜୁ କରାଯାଇଥିଲା । ଏପରି ସମୟରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଓ)ର ୟୁନିଟ୍ ଯାଇ ସତପାଲଙ୍କୁ ତାଙ୍କ ଗୁରୁଗ୍ରାମ ଘରୁ ଗିରଫ କରିଛି । ତାଙ୍କ ବିରୋଧରେ ଅପରାଧିକ ଧମକ ଦେବା ଅଭିଯୋଗରେ ଧାରା ୫୦୬, ମହିଳାଙ୍କ ଅପମାନ ଆଧାରରେ ଧାରା ୫୦୯ ଓ ଦଙ୍ଗାକୁ ଉସକାଇବାକୁ ଚେଷ୍ଟା କରିବା ଆଧାରରେ ଧାରା ୧୫୩-ଏ ମାମଲା ଦାଏର ହୋଇଛି ।