ଇନ୍ଦୋର: ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ବିକ୍ଷୋଭର ନିଆଁ ଜଳୁଛି । ଆଶାୟୀ ଯୁବପିଢି ମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଦେଶର ଅଧିକାଂଶ ଅଞ୍ଚଳରେ ବିକ୍ଷୋଭ ଜାରି ରହିଥିବା ବେଳେ ବିଜେପି ନେତା ଓ ମନ୍ତ୍ରୀମାନେ ଲୋକଙ୍କୁ ଏହି ଯୋଜନାର ଲାଭ ବଖାଣିବାରେ ବ୍ୟସ୍ତ।

ଆଉ କ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟ ବର୍ଗୀୟ ସୀମା ପାର୍ କରିଯାଇଛନ୍ତି। ସେ ଅଗ୍ନିବୀର ଯୋଜନାରେ ଏମିତ ଫାଇଦା କହିଛନ୍ତି ଯେ ଏବେ ତାଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଆହୁରି ତୀବ୍ର ହେଉଛି।

ସେ କହିଛନ୍ତି ଯେ ଅଗ୍ନିବୀରମାନଙ୍କୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ। ଯଦି ମୋତେ ବିଜେପି ଅଫିସ୍‌ରେ ସିକ୍ୟୁରିଟି ରଖିବାକୁ ଥିବା ତେବେ ମୁଁ ଆଗ ଅଗ୍ନିବୀରଙ୍କୁ ପ୍ରଧାନ୍ୟ ଦେବି। ଆପଣ ବି ସିକ୍ୟୁରିଟି ରଖିଲେ ଅଗ୍ନିବୀରଙ୍କୁ ପ୍ରଧାନ୍ୟ ଦେବେ ବୋଲି କୈଳାଶ ବିଜୟ ବର୍ଗୀୟ କହିଛନ୍ତି। ଇନ୍ଦୋରରେ ଗଣମାଧ୍ୟମକୁ ସମ୍ବୋଧନ କରି ଏପରି କହିଛନ୍ତି କୈଳାଶ ।

ଅନ୍ୟପଟେ ଅସନ୍ତୋଷ ମାନଙ୍କୁ ମନାଇବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି ।