ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯଶବନ୍ତ ସିହ୍ନା ହେବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ! ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ପ୍ରସ୍ତାବ ଦେଇଥିବା ବେଳେ ୧୯ ଦଳ ଏଥିରେ ସହମତି ପ୍ରକାଶ କରିଛନ୍ତି । ତେଣୁ ବିରୋଧୀ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଇଛି । ଏହା ମଧ୍ୟରେ ସିହ୍ନାଙ୍କର ଏକ ଟ୍ୱିଟ ସାମ୍ନାକୁ ଆସିବା ପରେ ପ୍ରାୟତଃ ଅଧିକାଂଶ ଏନେଇ ସ୍ପଷ୍ଟ ହୋଇଯାଇଛି । ସେ ଟ୍ୱିଟରେ ଲେଖିଛନ୍ତି ଯେ ଟିଏମସି ମୋତେ ସମ୍ମାନ ଓ ପ୍ରତିଷ୍ଠା ଦେଇଛି । ଏଥିପାଇଁ ମୁଁ ମମତା ବାର୍ନାଜୀଙ୍କ ନିକଟରେ କୃତଜ୍ଞ ।

ବର୍ତ୍ତମାନ ସମୟ ଆସିଛି ମୁଁ ଏକ ବୃହତ ଜାତୀୟ କାର୍ଯ୍ୟ ପାଇଁ ଦଳ ବ୍ୟତୀତ ବିରୋଧୀ ଏକତା ପାଇଁ କାର୍ଯ୍ୟ କରିବା ଉଚିତ । ମୁଁ ନିଶ୍ଚିତ ଯେ ଦଳ ମୋର ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି । ତାଙ୍କ ଟ୍ୱିଟ ପରେ ସେ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଯଶବନ୍ତ ସିହ୍ନା ଅଟଳ ବିହାରୀ ସରକାରରେ ଜଣେ ମନ୍ତ୍ରୀ ଥିଲେ । ଗତ ବର୍ଷ ବିଜେପି ଛାଡ଼ି ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।