ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ: ଉପସ୍ଥିତ ରହିବେ ଓଡିଶାର 10ରୁ ଅଧିକ ବିଜେପି ବିଧାୟକ

ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ଭରିବେ । ଏନେଇ ସେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ତେବେ ନାମାଙ୍କନ ବେଳେ ଦ୍ରୌପଦୀ ମୁର୍ମୁଙ୍କ ସହ ଓଡିଶାର 10ରୁ ଅଧିକ ବିଜେପି ବିଧାୟକ ଉପସ୍ଥିତ ରହିବେ । ସେପଟେ ବିଜେଡିର 2 ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିବେ । ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି ।

କାଲି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିର କଥା ହୋଇଥିବାରୁ ତାଙ୍କୁ ସମର୍ଥନ କରିଛନ୍ତି । ଜଣେ ଆଦିବାସୀ ମହିଳା ଭାବରେ ବହୁତ ଗର୍ବିତ ଅନୁଭବ କରୁଛି । ତାଙ୍କ ସମର୍ଥକ ହୋଇ ଯିବାରୁ ବହୁତ ଖୁସି ଲାଗୁଛି । ସର୍ବଦଳ ନିର୍ବିଶେଷରେ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିବାରୁ ଧନ୍ୟବାଦ । କଂଗ୍ରେସ ବିଧାୟକ ସମର୍ଥନ କରିବା କଥା । କିନ୍ତୁ ଯେକୌଣସି ଦଳରେ ରହିଲେ, ସେ ଦଳ କଥା ମାନି ଚାଲିବାକୁ ପଡ଼ିବ ବୋଲି କହିଛନ୍ତି ସୁନ୍ଦରଗଡ ବିଜେପି ବିଧାୟକ କୁସୁମ ଟେଟେ । ବିଜେଡ଼ିରୁ 2 ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି ।ଦ୍ରୌପଦୀଙ୍କ ନାମାଙ୍କନରେ ବିଜେଡି ପ୍ରସ୍ତାବକ ରହିବ । ରାଜ୍ୟ କ୍ୟାବିନେଟର ୨ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related Posts