ବିନୀତ ପୁନିଆ ହେଲେ କଂଗ୍ରେସ ଯୋଗାଯୋଗ ଶାଖା ପ୍ରଭାରୀ ସମ୍ପାଦକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିନୀତ ପୁନିଆ ହେଲେ କଂଗ୍ରେସ ଯୋଗାଯୋଗ ଶାଖା ପ୍ରଭାରୀ ସମ୍ପାଦକ । ତେବେ କଂଗ୍ରେସ ନେତା ବିନୀତ ପୁନିଆଙ୍କୁ ଏଆଇସିସି ଆଭ୍ୟନ୍ତରୀଣ ଯୋଗାଯୋଗ ଶାଖାର ପ୍ରଭାରୀ ସମ୍ପାଦକ ନିଯୁକ୍ତ କରାଯାଇଛି। ସେହିପରି ବୈଭବ ଓ୍ବାଲିଆ ଉକ୍ତ ବିଭାଗର ସମ୍ପାଦକ ନିଯୁକ୍ତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସେମାନଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଓ୍ବାଲିଆ ପୂର୍ବରୁ ଯୁବକଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ପୁନିଆ ଏଆଇସିସି ଯୋଗାଯୋଗ ବିଭାଗ ସଚିବ ରହିଥିଲେ। ନିକଟରେ ଜୟରାମ ରମେଶଙ୍କୁ କଂଗ୍ରେସ ଯୋଗାଯୋଗ ବିଭାଗ ମୁଖ୍ୟ ନିଯୁକ୍ତ କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତିକ ମାହୋଲ ବେଶ୍ ସରଗରମ ହୋଇ ଉଠିଛି ।

Related Posts