ଉଦ୍ଧବ ସରକାର ବିରୋଧରେ ବିଜେପି ଆଣିପାରେ ଅନାସ୍ଥା ପ୍ରସ୍ତାବ !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଦ୍ଧବ ସରକାର ବିରୋଧରେ ବିଜେପି ଆଣିପାରେ ଅନାସ୍ଥା ପ୍ରସ୍ତାବ ! ସେପଟେ ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଜାରି ରହିଛି । ସୁପ୍ରିମକୋର୍ଟ ଆଜି ବିଦ୍ରୋହୀ ବିଧାୟକ କରିଥିବା ଆବେଦନ ଉପରେ ଶୁଣାଣି କରି ବଡ ରାୟ ଦେଇଛନ୍ତି । ଉପ-ବାଚସ୍ପତିଙ୍କ ନୋଟିସ ଉପରେ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ଯାଏଁ ବିଧାୟକଙ୍କୁ ଅଯୋଗ୍ୟ ଘୋଣଷା କରାଯାଇପାରିବ ନାହିଁ । ଏହାସହ ବିଦ୍ରୋହୀ ବିଧାୟକ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ମଧ୍ୟରେ ଜାତୀୟ ଗଣମାଧ୍ୟମଗୁଡିକର ଖବର ଅନୁସାରେ, ରାଜ୍ୟପାଳ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ କହିପାରନ୍ତି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ବିଜେପି ଫ୍ଲୋର ଟେଷ୍ଟ ପାଇଁ ଦାବି କରିପାରନ୍ତି ବୋଲି କୁହାଯାଉଛି ।

ମହାରାଷ୍ଟ୍ରରେ ରାଜନୈତିକ ଲଢ଼େଇ ଭିତରେ ସୁପ୍ରିମକୋର୍ଟ ସୁପ୍ରିମ ରାୟ ଶୁଣାଇଛନ୍ତି । ବିଦ୍ରୋହୀ ଶିବସେନା ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିବା ସହ ବଡ ରାୟ ଦେଇଛନ୍ତି । ବିଦ୍ରୋହୀ ଶିବସେନା ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ସେ ନେଇ ପକ୍ଷ ରଖିବାକୁ ଉପବାଚସ୍ପତି କରିଥିବା ନୋଟିସ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍ ସୁର‌୍ୟର୍୍ୟକାନ୍ତ ଏବଂ ଜେ.ବି ପାରଡିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ , ଉପ-ବାଚସ୍ପତି ଦେଇଥିବା ସମୟ ଅବଧିକୁ ଆସନ୍ତା ଜୁଲାଇ ୧୧ ତାରିଖ ଅପରାହ୍ଣ ସାଢେ ୫ଟା ଯାଏ ଘୁଞ୍ଚାଇ ଦେଇଛନ୍ତି । କେବଳ ଏତିକି ନୁହେଁ ବିଦ୍ରୋହୀ ବିଧାୟକ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବଦ୍ରୋହୀ ବିଧାୟକମାନଙ୍କୁ ୨୭ତାରିଖ ଅପରାହ୍ଣ ସାଢେ ୫ ଟା ମଧ୍ୟରେ ପକ୍ଷ ରଖିବାକୁ ଉପ ବାଚସ୍ପତି ସମୟ ଦେଇଥିଲେ । ସେମାନଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାନଯିବ ସେନେଇ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଥିଲେ । ଉପ-ବାଚସ୍ପତିଙ୍କ ଏହି ନୋଟିସକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ ବିଦ୍ରୋହୀ ବିଧାୟକ ।

Related Posts