ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମରେ ବନ୍ୟା କାରଣରୁ ଗଲା ୧୩୪ ଜୀବନ । ଏବେବି ଲକ୍ଷଲକ୍ଷ ଲୋକ ପାଣି ଘେରରେ ଅଛନ୍ତି । ଅନ୍ୟଦିଗରେ ସରକାର ମଧ୍ୟ ବନ୍ୟପୀଡିତଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଉଛନ୍ତି । ଏହାମଧ୍ୟରେ ବନ୍ୟା କାରଣରୁ ରାଜ୍ୟରେ ୧୩୪ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।ରାଜ୍ୟର ବିପର‌୍ୟ୍ୟୟ ପରିଚାଳନା ଅଧିକାରୀଙ୍କ କହିବାନୁସାରେ, ସୋମବାର ବନ୍ୟା ପାଇଁ ୮ ଜଣ ପ୍ରାଣ ହରାଇଛନ୍ତି । ୨୧ ଲକ୍ଷରୁ ଅଧିକ ଲୋକ ଏବେବି ପାଣି ଘେରରେ ରହିଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ପରେ ମୋଟ୍ ମୃତ୍ୟୁସଂଖ୍ୟା ୧୩୪ ଛୁଇଁଛି । ଆହୁରି ମଧ୍ୟ ଜଣାପଡିଛି ଯେ,ପୂର୍ବରୁ ୨୮ ଜିଲ୍ଲାର ୨୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏବେ ୨୨ ଜିଲ୍ଲା ପ୍ରଭାବିତ ଅଛି ।

ଅଧିକାଂଶ ନୀଦର ଜଳସ୍ତର କମିଛି । ନଗାଓଁ, କଛାରରେ ବାରାକ ଓ କୁସିୟାରାରେ ପାଣି ତଳକୁ ଖସିଛି । ପୀଡିତଙ୍କୁ ବାୟୁସେନା ଜରିଆରେ ଖାଦ୍ୟ ପୁଡିଆ ଯୋଗାଇ ଦିଆଯାଉଛି । ଅନ୍ୟ ଆବଶ୍ୟକୀୟ ବସ୍ତୁ ମଧ୍ୟ ଆକାଶ ମାର୍ଗ ଯୋଗେ ପଠାଯାଉଛି। ତେବେ ବନ୍ୟା ପାଇଁ ୭୪,୬୫୫ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୭୭୪ ପଶୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।