କହ୍ନେୟାଲାଲ ହତ୍ୟାକାଣ୍ଡ ଧର୍ମର ଲଢେଇ ନୁହେଁ ବରଂ ଏହା ହେଉଛି ଆତଙ୍କବାଦୀ ଆକ୍ରମଣ: ଗୃହରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କହ୍ନେୟାଲାଲଙ୍କ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ଅଭିଯୁକ୍ତଙ୍କର ପାକିସ୍ତାନ ସହ ସିଧା ସଳଖ ଲିଙ୍କ ଥିବାର କଥା ସାମ୍ନାକୁ ଆସିଛି। ତେବେ ଉଦୟପୁର ଟେଲର କହ୍ନେୟାଲାଲଙ୍କୁ ହତ୍ୟା କରିବା ପରେ ଅଜମେର ପଳାଉଥିଲେ ଦୁଇ ଅଭିଯୁକ୍ତ । ସେଠାରେ ସେମାନେ ଆଉ ଏକ ଭିଡିଓ ବନାଇ ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତେ । ଦେଶରେ ସାମ୍ପ୍ରଦାୟିକ ଦଙ୍ଗାକୁ ଉସକାଉବାକୁ ଏପରି ଆଇଡିଆ ଦେଇଥିଲା ପାକିସ୍ତାନୀ ହ୍ୟାଣ୍ଡଲର । ସେପଟେ ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ପରେ ସାମନାକୁ ଆସିଛି ପାକିସ୍ତାନ ସହ ଅଭିଯୁକ୍ତଙ୍କ କନେକ୍ସନ୍ । ରାଜ୍ୟ ଗୃହରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଧର୍ମର ଲଢେଇ ନୁହେଁ ବରଂ ଆତଙ୍କବାଦୀ ଆକ୍ରମଣ ।

ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୌସ୍ ମହମ୍ମଦ ୨୦୧୪-୧୫ରେ ପାକିସ୍ତାନ କରାଚିରେ ୪୫ ଦିନର ଟ୍ରେନିଙ୍ଗ ନେଇଛି । କେବଳ ଏତିକି ନୁହେଁ ୨୦୧୮-୧୯ରେ ଗୌସ୍ ମହମ୍ମଦ ଆରବ ଦେଶକୁ ଯାଇଥିଲା । ଗତ ବର୍ଷ ସେ ନେପାଳରେ ଥିବାର ଲୋକେସନ୍ ସାମ୍ନାକୁ ଆସିଥିଲା । କହିବାକୁ ଗଲେ ମହମ୍ମଦର ସମ୍ପର୍କ ସିଧାସଳଖ ପାକିସ୍ତାନ ସହ ଥିବା ସ୍ପଷ୍ଟ ହେଉଛି । କହ୍ନେୟାଲାଙ୍କ ହତ୍ୟାକୁ ଆତଙ୍କୀ ଆକ୍ରମଣ ବୋଲି ଅଭିହିତ କରି ୟୁଏପିଏ ଆଧାରରେ ମାମଲା ଦାଏର କରାଯାଇଛି ।ଏହା ମଧ୍ୟରେ ଆଉ ଏକ ଖୁଲାସା ମଧ୍ୟ ହୋଇଛି ।

ବିଜେପ ନେତ୍ରୀ ନୁପୂର ଶର୍ମା ମାମଲାରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗୌସ ମହମ୍ମଦ । ତେବେ କହ୍ନେୟାଲାଲଙ୍କୁ ହତ୍ୟା କରିବା ପରେ ଦୁଇ ଅଭିଯୁକ୍ତ ଅଜମେର ପଳାଉଥିଲେ । ସେଠାରେ ସେମାନେ ଆଉ ଭିଡିଓ ଅପଲୋଡ କରିଥାନ୍ତେ ଯାହା ଦେଶରେ ହିଂସାକୁ ଉସାକଇଥାନ୍ତା । ଏପରି ଆଇଡିଆ ସେମାନଙ୍କୁ ପାକିସ୍ତାନୀ ହ୍ୟାଣ୍ଡଲର ଦେଇଥିବା ରାଜେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts