ଉଦୟପୁର: ରାଜସ୍ଥାନ ଉଦୟପୁରରେ କହ୍ନେୟା ଲାଲ୍‌ ହତ୍ୟା ଘଟଣାର ଅଭିଯୁକ୍ତ ଙ୍କୁ ସ୍ଥାନୀୟ କୋର୍ଟ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଉଦୟପୁର ସେସନ କୋର୍ଟ ଅଭିଯୁକ୍ତ ରିୟାଜ ଅଖତର ଏବଂ ଘୁସ ମହମ୍ମଦକୁ ବିଚାର ବିଭାଗୀୟ ହାଜକୁ ପଠାଇ ଅନୁମତି ଦେଇଛନ୍ତି।

ଶୁଣାଣି ପାଇଁ ପୁଲିସ ଦୁଇ ଅଭିଯୁକ୍ତର ମୁହଁ ବାନ୍ଧି କୋର୍ଟକୁ ଆଣିଥିଲେ। ଏହି ସମୟରେ କୋର୍ଟ ପରିସରର ଓକିଲମାନେ ଭିଡ଼
ଜମାଇ ଦୁଇ ଅଭିଯୁକ୍ତକୁ ମୃତ୍ୟୁ ଦେଣ୍ଡ ଦିଆଯାଉ ବୋଲି ନାରା ଲଗାଇଥିଲେ।

ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଧାରୁଆ ରକ୍ତ ଭିଜା ଭୁଜାଲିକୁ ଉଦୟପୁର ଆଣ୍ଟି ଟେରର ସ୍କାର୍ଡ ଜବତ କରିଛି। ଉଦୟପୁର ସାପେଟିୟାରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଅଫିସ୍‌ରୁ ଏହି ମାରଣାସ୍ତ୍ର ଜବତ କରାଯାଇଛି ବୋଲି ଏଟିଏସ୍‌ ସୂଚନା ଦେଇଛି।

ପଚରାଉଚରା ବେଳେ ଅଭିଯୁକ୍ତିମାନେ ଦୋଷ ସ୍ୱୀକାର କରିବା ସହ ହତ୍ୟାକାଣ୍ଡ ପରେ ସେମାନେ ସମ୍ପର୍କୀୟ ଶୋଏବର ସାପେଟିୟା ଅଫିସ୍‌କୁ ଯାଇ ଭିଡିଓ ରେକର୍ଡିଂ କରିଥିଲେ ବୋଲି କହିଛନ୍ତି ।