ନୂଆଦିଲ୍ଲୀ: ଦେଶରେ ଦୋଳି ଖେଳୁଛି କରୋନାର ଦୈନିକ ସଂକ୍ରମଣ । କେତେ ବେଳେ ବଢ଼ୁଛି ତ ଆଉ କେତେ ବେଳେ କମୁଛି । ଗତକାଲି ଅପେକ୍ଷା ସାମାନ୍ୟ କମ୍‌ ରହିଛି ଆଜିର କରୋନା ସଂକ୍ରମଣ ହାର । ଗତକାଲି ଦେଶରେ ୧୬,୧୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ୧୩,୦୮୪ ଜଣ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୫,୧୮୫୬୪ରେ ପହଞ୍ଚିଛି।
୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୧୨,୪୫୬ ଜଣ ଓ ୧୯ ଜଣଙ୍କର କରୋନାରେ ଜୀବନ ଯାଇଛି। ନୂତନ ମୃତକଙ୍କୁ ମିଶାଇ ଦେଶରେ କରୋନାଜନୀତ ମୃତ୍ୟୁସଂଖ୍ୟା ୫,୨୫,୨୨୩ ଛୁଇଁଛି।

ଏବେ ବି ସକ୍ରିୟ ଅଛନ୍ତି ୧,୧୪,୪୭୫ ଜଣ। ଦୈନିକ ସଂକ୍ରମଣ ହାର ୨.୯୦ ପ୍ରତିଶତ ହୋଇଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୩.୮୧ ପ୍ରତିଶତ। ଏବେ ସୁଦ୍ଧା ଦେଶରେ ସମୁଦାୟ ୧୯୮.୦୯ କୋଟି ଲୋକ ଟିକା ନେଇ ସାରିଛନ୍ତି ।