ଯଦି ସରକାର ତାକୁ ଫାଶୀ ମଧ୍ୟ ଦିଅନ୍ତି ତେବେ ଆମେ ତାହା ମାନିନେବୁ; ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅଭିଯୁକ୍ତ ଅଙ୍କିତ ସିରସାଙ୍କ ପରିବାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଆଉ ଜଣେ ଅଭିଯୁକ୍ତ ଅଙ୍କିତ ସିରସାକୁ ଗତକାଲି ଦିଲ୍ଲୀ ପୁଲିସ ଗିରଫ କରିଛି । ସେପଟେ ଗିରଫ ଖବର ସାମ୍ନାକୁ ଆସିବା ପରେ ଅଭିଯୁକ୍ତର ପରିବାର ମଧ୍ୟ ଲଜ୍ଜିତ ମନେକରୁଥିବା ପ୍ରତିକ୍ରିୟା ରଖୁଛନ୍ତି । ପରିବାର ପକ୍ଷରୁ କହାଯାଇଛି, ଯଦି ସରକାର ତାକୁ ଫାଶୀ ମଧ୍ୟ ଦିଅନ୍ତି ତେବେ ଆମେ ତାକୁ ମାନିନେବୁ । କାରଣ ସେ ଯେଉଁକାମ କରିଛି ତାହା ସାରାଦେଶରେ ଆମକୁ ଲଜ୍ଜିତ କରିଛି ।

ଅଙ୍କିତଙ୍କର ଜଣେ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସରକାର ଅଙ୍କିତଙ୍କୁ ଯାହା ସଜା ଦେବେ ତାହା ଆମକୁ ମଞ୍ଜୁର । ଡେଥୱାରେଣ୍ଟ ଉପରେ ଆମେ ହସ୍ତାକ୍ଷର କରିବୁ । ରବିବାର ରାତି ୧୧ଟାରେ ପୋଲିସର ଟିମ ଅଙ୍କିତକୁ ଗିରଫ କରିଥିଲା । ସିଦ୍ଧୁ ହତ୍ୟା କରିବା ପରେ ସେ ସବୁଠାରୁ କମ ବୟସର ଅଭିଯୁକ୍ତ । ସେ ହିଁ ସିଦ୍ଧୁଙ୍କ ଅତି ନିକଟରୁ ଗୁଳି କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts