ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭି ମଙ୍ଗବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ବିଜେପି ଦ୍ଵାରା ପୂର୍ବତନ ଦଳ ର ମୁଖପାତ୍ର ନୁପୁର ଶର୍ମା ଙ୍କ ଉପରେ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନ କୌଣସି ଚାପ ରେ ନିଆ ଯାଇ ନାହିଁ । ସେ କହିଛନ୍ତି କି “ସେ ଯାହା କହିଛନ୍ତି ତାହାକୁ ଆମେ ଠିକ୍ କରିପାରିବୁ ନାହିଁ। କିନ୍ତୁ ତାହା ଆତଙ୍କବାଦ ନୁହେଁ। ଲୋକଙ୍କ ମୁଣ୍ଡ କାଟିବା ହେଉଛି ଆତଙ୍କବାଦ। ” ନାକଭି ଏହା ମଧ୍ୟ କହିଛନ୍ତି କି ” କେହି ନୁପୁର ଙ୍କ ମନ୍ତବ୍ୟ କୁ ସମର୍ଥନ କରୁ ନାହାନ୍ତି ମାତ୍ର ଆମେ ଏକ ଗଣତନ୍ତ୍ର ରାଷ୍ଟ୍ର ରେ ଅଛୁ ଏଠାରେ ଆମେ କାହାର ଗଳା କାଟି ପାରିବ ନାହିଁ।”
ଜୁନ ୩ ତାରିଖ ରେଏକ ଟିଭି ବିତର୍କରେ ଜ୍ଞାନବାପି ପ୍ରସଙ୍ଗ ରେ ଆଲୋଚନା ବେଳେ ନୁପୁର ଶର୍ମା ଯେ ଇସଲାମ ଧର୍ମ ବିଷୟ ରେ କିଛି ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ ଓ ପରେ ଏହି ମନ୍ତବ୍ୟ ପାଇଁ ସାରା ଦେଶରୁ ତାଙ୍କୁ ବିରୋଧ ର ସାମ୍ନା କରିବାକୁ ପଡ଼ିଥିଲା । ଏହାପରେ ଜୁନ ୫ ରେ ତାଙ୍କୁ ବିଜେପି ଦଳ ରୁ ବହିସ୍କାର ମଧ୍ୟ କରା ଯାଇଥିଲା। ଜୁନ୍ 28 ରେ, ଉଦୟପୁରର ଜଣେ ହିନ୍ଦୁ ଟେଲର, କାନହୟା ଲାଲଙ୍କୁ ଦୁଇଜଣ ବ୍ୟକ୍ତି ତାଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ ଏବଂ ପରେ ନ୍ୟୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆ ପୋଷ୍ଟରେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଏକ ଭିଡିଓ ରେକର୍ଡ କରିଥିଲେ।
