ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଆଜି ଲୋୟର ପିଏମଜି ରେ ବର୍ଷା ରେ ଭିଜି ଭିଜି ମୀରା ପରିଡ଼ା ଙ୍କ ବିରୋଧ ରେ ପ୍ରତିବାଦ କରିଛନ୍ତି କିନ୍ନର ମହାସଂଘ । ମୀରା ପରିଡ଼ା ସେମାନଙ୍କ ଉନ୍ନୟନ ପାଇଁ ଆସୁଥିବା ପଇସା କୁ ହଡ଼ପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି କି ମୀରା ପରିଡ଼ା ଆମ ମାନଙ୍କୁ ମୋହରା କରି ବଡ଼ ନେତ୍ରୀ ବନିଗଲେ ଆଜି ଆଉ ସେ ଆମ ମାନଙ୍କୁ ପଚାରୁ ନାହାନ୍ତି। ସେ କିନ୍ନର ମାନଙ୍କୁ ଦେହ ବ୍ୟବସାୟ ରେ ଲଗାଇ ବହୁ ଅର୍ଥ ଉପାର୍ଜନ କରୁଛନ୍ତି ଓ ଆମ ମାନଙ୍କର ନେତ୍ରୀ ସାଜି ସରକାର ଙ୍କ ଠାରୁ ଆମ ଉନ୍ନତି ପାଇଁ ଆସୁଥିବା ସବୁ ଅନୁଦାନ ହଡ଼ପ କରୁଛନ୍ତି ।
ସେମାନେ ମୀରା ଙ୍କ ସହ ମେଘ୍ନା ସାହୁ ଓ ସାଧନା ମିଶ୍ର ଙ୍କ ନାଁ ମଧ୍ୟ ନେଇଛନ୍ତି। ଆନ୍ଦୋଳନକାରୀ ମାନଙ୍କ କହିବା ଅନୁସାରେ କିନ୍ନର ମାନଙ୍କ ପାଇଁ ସ୍ଵୀକୃତି ଯୋଜନା ରେ ଆସିଥିବା ଅର୍ଥ କୁ ସେ ହଡ଼ପ କରିଛନ୍ତି ।ଏହି ପ୍ରତିବାଦ ରେ ସାରା ରାଜ୍ୟ ରୁ କିନ୍ନର ମାନେ ସାମିଲ ହୋଇଥିଲେ ଓ ମୂଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ ପତ୍ର ଦେବେ ବୋଲି ମଧ୍ୟ କହିଥିଲେ।
