ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : RJD ସୁପ୍ରିମୋ ଲାଲୁ ଯାଦବ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ କୌଣସି ଉନ୍ନତି ଦେଖାଯାଉ ନାହିଁ। ତେଣୁ ତାଙ୍କ ପରିବାର ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଥିବା ସୂଚନା ମିଳିଛି। ସୂଚନାନୁସାରେ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଏବଂ ଖୁବ ଶୀଘ୍ର ଏକ ଏୟାର ଆମ୍ବୁଲାନ୍ସ ପାଟନା ବିମାନବନ୍ଦରରେ ପହଞ୍ଚିବ ଓ ଜାତୀୟ ରାଜଧାନୀ ପାଇଁ ୪.୩୦ ରେ ଏୟାର ଆମ୍ବୁଲାନ୍ସ ଯିବାର ସମ୍ଭାବନା ରହିଛି।ସ୍ଵତନ୍ତ୍ର ଡାକ୍ତରୀ ଦଳ ଏବଂ କ୍ରୁ ମେମ୍ବରଙ୍କ ବ୍ୟତୀତ ଲାଲୁ ଯାଦବଙ୍କ ପତ୍ନୀ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ପୁଅ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ଏବଂ ଝିଅ ମିସା ଭାରତୀ ମଧ୍ୟ ତାଙ୍କ ସହିତ ଆସିବେ।

ରବିବାର ଦିନ, ଲାଲୁ ଯାଦବ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ୧୦ ସର୍କୁଲାର୍ ରୋଡ୍ ବାସଭବନରେ ସିଡ଼ି ରୁ ଖସିପଡିଥିଲେ ଏବଂ ତାଙ୍କ ଡାହାଣ କାନ୍ଧରେ ସାମାନ୍ୟ ଭାଙ୍ଗି ଯାଇଥିଲେ। ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗ ବ୍ୟତୀତ ସେ କିଡନୀ ଏବଂ ଫୁସଫୁସରେ ସଂକ୍ରମଣରେ ପୀଡିତ।ଏହି ସମୟରେ କଂଗ୍ରେସ ଜାତୀୟ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସେମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜେଡି-ୟୁ ଜାତୀୟ ସଭାପତି ଲଲନ ସିଂ, ଏମଏଲସି ନୀରଜ କୁମାର ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟ କାମନା କରିଛନ୍ତି।