ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : ଆଜି କଂଗ୍ରେସ ବିଧାୟକ ସନୋଷ ସିଂ ସାଲୁଜା ଗୃହରେ ବାରମ୍ବାର ରାଜ୍ୟ ରେ ହାତୀ ମୃତ୍ୟୁ ଘଟିବା ପ୍ରସଙ୍ଗ ଉଠାଇଥିଲେ। ତିନି ବର୍ଷ ମଧ୍ୟରେ ପ୍ରାୟ ୨୪୫ ଟି ହାତୀ ଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ସେ କହିଛନ୍ତି ଯେ “ଏହି ବନ୍ୟଜନ୍ତୁମାନେ ଆମ ରାଜ୍ୟରେ ସୁରକ୍ଷିତ ନୁହଁନ୍ତି”। କଂଗ୍ରେସ ବିଧାୟକ ସାନ୍ତୋଶ ସିଂ ସାଲୁଜା ବୁଧବାର ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଥିବାବେଳେ ଏହା କହିଛନ୍ତି ଯେ “ଆମ ରାଜ୍ୟରେ କେବଳ ମଣିଷ ନୁହେଁ ହାତୀ ମଧ୍ୟ ସୁରକ୍ଷିତ ନୁହଁନ୍ତି। ଗତ ୧୦ ବର୍ଷ ମଧ୍ୟରେ ମୋଟ ୭୮୪ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ତିନିବର୍ଷ ମଧ୍ୟରେ ୨୪୫ ହାତୀ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି” ।
କିଛି ଦିନ ପୂର୍ବେ ଆଠଗଡ଼ ଜଙ୍ଗଲ ବିଭାଗ ଅଧିନରେ ଏକ ହାତୀ ର କଙ୍କାଳ ଅବଶିଷ୍ଟାଂଶ ବାହାର କରାଯାଇଥିଲା। ଏହାର ଉଚିତ୍ ତଦନ୍ତ ହେଉ ବୋଲି ସାଲୁଜା ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, କଟକ ଜିଲ୍ଲାର ଆଠଗଡ଼ ଜଙ୍ଗଲ ବିଭାଗ ଅଧିନରେ ହାତୀର କଙ୍କାଳ ଉଦ୍ଧାର ଘଟଣା ରେ ଏକ ଉଚ୍ଚ ସ୍ତରୀୟ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିବା ସୂଚନା ମିଳିଛି।





