ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଓଡ଼ିଶା ଗସ୍ତ ରେ ଥିବା କେନ୍ଦ୍ର ମନ୍ତ୍ରୀ ଜନ୍ ବର୍ଲା କହିଛନ୍ତି ଯେ ” ମୁଁ ହାତ ଯୋଡ଼ି ନବୀନ ସରକାର ଙ୍କୁ ନିବେଦନ କରୁଛି ସେ ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ” ଏହା ଦ୍ଵାରା ଗରିବ ବାପା, ମା, ଭାଇ, ଭଉଣୀ ମାନଙ୍କର ଆୟୁଷ ଲମ୍ବା ହୋଇଯିବ। ପ୍ରଧାନ ମନ୍ତ୍ରୀ ବହୁତ୍ ଭାବି ଚିନ୍ତି ଏହି ଯୋଜନା ଲାଗୁ କରିଛନ୍ତି। ମୁଁ ନିଜେ ୨୦୧୯ ପୂର୍ବରୁ ସାଂସଦ ନଥିବା ସମୟରେ ଏହି ଯୋଜନା ଅଧୀନ ରେ ମୋ ସ୍ତ୍ରୀଙ୍କର କିଡନୀ ପ୍ରତିରୋପଣ କରାଇଛି ତେଣୁ ମୋ ଠାରୁ ଅଧିକ କେହି ଏହି ଯୋଜନା ର ଆବଶ୍ୟକତା ବିଷୟରେ କହି ପାରିବେ ନାହିଁ। ରାଜ୍ୟ ସରକାର ଓଡ଼ିଶା ର ଗରିବ ମାନଙ୍କ ସୁବିଧା ପାଇଁ ଏହି ଯୋଜନା ଲାଗୁ କରନ୍ତୁ ବୋଲି ଶ୍ରୀ ଵର୍ଲା ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ ଆୟୁଷ୍ମାନ ଯୋଜନା କେନ୍ଦ୍ର ସରକାରଙ୍କ ର ଏକ ସ୍ବାସ୍ଥ୍ୟ ବୀମା ଯୋଜନା । ରାଜ୍ୟ ସରକାର ମଧ୍ୟ ସମାନ୍ତରାଳ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ରେ ଲାଗୁ କରିଛନ୍ତି। ଆଗରୁ ମଧ୍ୟ ବହୁବାର ଉଭୟ ଯୋଜନା କୁ ନେଇ ବିଜେପି ଓ ବିଜେଡ଼ି ମୁଁହା ମୁହିଁ ହୋଇଛନ୍ତି । ଆୟୁଷ୍ମାନ ଯୋଜନା ଠାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବହୁ ଗୁଣ ରେ ଭଲ ଦର୍ଶାଇ ରାଜ୍ୟ ସରକାର ଏହାକୁ ଲାଗୁ କରି ନାହାନ୍ତି।