ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ ଉପ ରାଷ୍ଟ୍ରପତି ହମିଦ ଅନସାରୀ ଙ୍କ ପାକିସ୍ତାନ ଲିଙ୍କ୍ ନେଇ ଅଭିଯୋଗ ଆଣିଛି ବିଜେପି। ଅଭିଯୋଗ ଅନୁଯାୟୀ ନୁଶରତ୍ ମିର୍ଜା ନାମକ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ହମିଦ ଅନସାରୀ ଭାରତର କିଛି ଗୁପ୍ତ ତଥ୍ୟ ବିଷୟରେ କହିଥିଲେ ଓ ପରେ ଏହି ତଥ୍ୟ ସବୁ ଆତଙ୍କବାଦୀ ସଂଗଠନ ISIS କୁ ଦିଆ ଯାଇଛି ।
ବିଜେପି କହିଛି ଯେ ଏ ବିଷୟରେ ନିଜେ ନୁଶରତ୍ ମିର୍ଜା ପାକିସ୍ତାନ ଗଣମାଧ୍ୟମ ରେ କହିଛନ୍ତି। ନୁଶରତ୍ ମିର୍ଜା କହିଛନ୍ତି ତାଙ୍କୁ ଏକାଧିକ ଥର ହମିଦ ଭାରତ ନିମନ୍ତ୍ରଣ କରିଛନ୍ତି। ୨୦୦୯ ମସିହାରେ ଭାରତ ରେ ହୋଇଥିବା ଆତଙ୍କବାଦ ଉପରେ ଏକ କନ୍ଫରେନ୍ସକୁ ହମିଦ ତାଙ୍କୁ ନିମନ୍ତ୍ରଣ କରିଥିଲେ। ସେ ସମୟରେ ସେ ତାଙ୍କୁ ଭାରତର କିଛି ଗୁପ୍ତ ତଥ୍ୟ ତାଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ତଥ୍ୟ ସବୁ ISIS କୁ ଦିଆଯାଇଛି।
ଏହି ଘଟଣାରେ ଆଉ ପାଦେ ଆଗକୁ ଯାଇ ବିଜେପି ଏକ ଫୋଟୋ ରିଲିଜ୍ କରିଛି। ଦଳର ମୁଖପାତ୍ର କହିଛନ୍ତି ଯେ ଏହି ଫୋଟୋ ହେଉଛି ୨୦୦୯ ରେ ଭାରତ ରେ ହୋଇଥିବା ଆତଙ୍କବାଦ ଉପରେ କନ୍ଫରେନ୍ସର ଓ ଏହି ଫୋଟୋ ରେ ଉଭୟ ହମିଦ ଓ ନୁଶରତ୍ ମିର୍ଜା ଉପସ୍ଥିତ ଅଛନ୍ତି।ଏହି ଅଭିଯୋଗ ପାରେ ସାମ୍ନା କୁ ଆସିଛନ୍ତି ହମିଦ ଅନସାରୀ ସେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି। ଏହି ଫୋଟୋ କୁ ମିଥ୍ୟା ତଥ୍ୟ କହିଛନ୍ତି ହମିଦ। ସେ ନୁଶରତ୍ ମିର୍ଜା କିଏ ଚିହ୍ନି ନାହାନ୍ତି ଓ ତାଙ୍କୁ କେବେ ଭେଟି ନଥିବା ହମିଦ ଅନସାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।





