ପୂର୍ବତନ ଉପ-ରାଷ୍ଟ୍ରପତି ଓ ପାକିସ୍ତାନ ସାମ୍ବାଦିକଙ୍କ ଏକାଠି ବସିଥିବାର ଫଟୋକୁ ସାର୍ବଜନୀନ କଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୂର୍ବତନ ଉପ-ରାଷ୍ଟ୍ରପତି ଓ ପାକିସ୍ତାନ ସାମ୍ବାଦିକ ଏକାଠି ବସିଥିବାର ଫଟୋକୁ ସାର୍ବଜନୀନ କଲା ବିଜେପି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛି ବିଜେପି। ବିଜେପି ପୂର୍ବତନ ଉପରାଷ୍ଟ୍ରପତି ଅନସାରୀଙ୍କ ବିରୋଧରେ ଅଭିଯୋଗ ଆଣି ବିଜେପି କହିଥିଲା ଯେ ଉପରାଷ୍ଟ୍ରପତି ପଦରେ ଥିବାବେଳେ ଅନସାରୀ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଗୁପ୍ତଚର ଥିବା ପାକିସ୍ତାନୀ ସାମ୍ବାଦିକ ନୁସରତ ମୀର୍ଜାଙ୍କ ସହ ଘନିଷ୍ଠ ସଂପର୍କରେ ଥିଲେ। ଏବଂ ତାଙ୍କ ସହ ଏକିଧିକ ସମ୍ମିଳନୀରେ ଏକାଠି ହେବା ସହ ତାଙ୍କୁ ଦେଶର ସୁରକ୍ଷା ସଂପର୍କିତ ଏକଧିକ ଦସ୍ତାବିଜ୍ ଦେଇଥିଲେ। ହେଲେ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରି ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ କହିଥିଲେ ଯେ ସେ ପାକିସ୍ତାନୀ ସାମ୍ବାଦିକ ନୁସରତ ମୀର୍ଜାଙ୍କ ସହ କୌଣସି ସମ୍ମିଳନୀରେ କିମ୍ବା ଅନ୍ୟ କୌଣସି ଅବସରରେ କେବେ ବି ଏକାଠି ହୋଇ ନାହାନ୍ତି। ତାଙ୍କୁ ଜାଣି ମଧ୍ୟ ନାହାନ୍ତି କିମ୍ବା କୌଣସି ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ ମଧ୍ୟ କରିନାହାନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟରେ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦଳର ଜାତୀୟ ମୁଖପାତ୍ର ଗୌରବ ଭାଟିଆ ୨୦୦୯ରେ ଦିଲ୍ଲୀରେ ଆତଙ୍କବାଦ ଉପରେ ଏକ ସମ୍ମିଳନୀରେ ଅନସାରୀ ମୀର୍ଜାଙ୍କ ସହ ଏକ ମଞ୍ଚରେ ଏକତ୍ର ବସିଥିବାରରେ ଏକ ଫଟୋଚିତ୍ରକୁ ସାର୍ବଜନୀନ କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ସାମ୍ବିଧାନିକ ପଦବୀରେ ଥିବା ଲୋକମାନେ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ୟ୍ୟ କରିବା ଉଚିତ ଏବଂ ମୀର୍ଜାଙ୍କ ସହ ଗୋଟିଏ ମଞ୍ଚରେ ବସିବା ଉଚିତ ନୁହେଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts