ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର । ସେପଟେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ଯାହା ଫଳରେ ବହୁ ଗାଁ ଜଳମଗ୍ନ ହୋଇଛି । ମୋଟୁରେ ବୁଡ଼ିଯାଇଛି ଘରଦ୍ବାର ଓ ଜାତୀୟ ରାଜପଥ। ରାସ୍ତାରେ ବନ୍ୟା ଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଗାଁରେ ବିପତ୍ତି ବଢାଉଛି ବନ୍ୟା ପାଣି। ପୋଲାଭରମ ପ୍ରକଳ୍ପର ସାବେରୀ ଓ ସିଲେରୁ ନଦୀର ଜଳସ୍ତର ବଢିବାରେ ଲାଗିଛି। ଗୋଦାବରୀ ନଦୀର ଜଳ ନିଷ୍କାସିତ ହୋଇନପାରି ବୁଡିଛି ମୋଟୁ ଅଞ୍ଚଳର ୪ଟି ଗାଁ।
କେବଳ ମୋଟୁ କାହିଁକି ଆନ୍ଧ୍ରର ଚିନ୍ତୁର ଓ କାଲେରୁ ଗାଁ ମଧ୍ୟ ଯଥେଷ୍ଟ ପ୍ରଭାବିତ ହୋଇଛି। ଘରଦ୍ୱାର ସବୁ ପାଣିରେ ବୁଡ଼ି ରହିଛି l ଏମିତି ରହିଛି ମୋଟୁର ସ୍ଥିତି। ମୋଟୁରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଗୋଦାବରୀ ନଦୀ ଫୁଲୁଥିବାରୁ ଏହାର ପ୍ରଭାବରେ ମୋଟୁର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି।।ଏଥିଯୋଗୁ ଜାତୀୟ ରାଜପଥ- ୩୨୬ରେ ପଡ଼ୋଶୀ ରାଜ୍ୟକୁ ଯାତାୟାତ ଠପ୍ ହୋଇଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।
