ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେ.ପି.ନଡ୍ଡାଙ୍କୁ ଭେଟିଲେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ । ତେବେ ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ୩ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ନେପାଳ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ କେନ୍ଦ୍ର)ର ଅଧ୍ୟକ୍ଷ ପ୍ରଚଣ୍ଡ ନଡ୍ଡାଙ୍କ ଆମନ୍ତ୍ରଣରେ ଭାରତ ଆସିଛନ୍ତି। ଏହି ଅବସରରେ ରବିବାର ସେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଛନ୍ତି। ଉଭୟ ନେତା ନିଜନିଜର ପାର୍ଟି ଓ ଦୁଇ ଦେଶଙ୍କ ସମ୍ବଦ୍ଧକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଚଣ୍ଡଙ୍କ ସହିତ ସାକ୍ଷାତ ଆଲୋଚନାକୁ ନେଇ ନଡ୍ଡା ଆମେ ନେପାଳ ଓ ଭାରତ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ପାଇଁ ବିଶେଷ କରି ଆମର ଶହଶହ ବର୍ଷ ପ୍ରାଚୀନ ସାଂସ୍କୃତିକ ଓ ଲୋକଙ୍କ ଲୋକ ସହ ସମ୍ପର୍କକୁ ନେଇ ଉପଯୋଗୀ ଚର୍ଚ୍ଚା କରିଥବା ଗଣମାଧ୍ୟମକୁ କହିଛନ୍ତି।

ସେହିପରି ଆମେ ପାର୍ଟି ପାର୍ଟି ମଧ୍ୟରେ ସହଯୋଗ ବୃଦ୍ଧିକୁ ନେଇ ମଧ୍ୟ ଆଲୋଚନା କରିଥିବା କହିଛନ୍ତି । ବିଜେପି ନିଜର ପହଞ୍ଚର ଅଂଶ ରୂପେ ହାତକୁ ନେଇଥିବା କାର୍ଯ୍ୟକ୍ରମ ‘ବିଜେପିକୁ ଜାଣ’ କାର୍ଯ୍ୟକ୍ରମରେ ପ୍ରଚଣ୍ଡଙ୍କୁ ଭାରତ ଆମନ୍ତ୍ରଣ କରିଛନ୍ତି। ଏଥିରେ ବିଜେପି ଜାତୀୟ ସଭାପତି ନଡ୍ଡା ବିଭିନ୍ନ ରାଷ୍ଟ୍ରମୁଖ୍ୟ ଓ କୂଟନୀତିଜ୍ଞଙ୍କ ସହ ଆଲୋଚନା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ନଡ୍ଡା ଗତ ମାସରେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ସଦସ୍ୟ ନଗୁ ୟେନ ଭେନ ନେନଙ୍କ ସହ ଆଲୋଚନା କରିଥିଲେ।