ପ୍ରଦୀପ୍ତଙ୍କୁ ଭେଟିଲେ ଜେପି ନଡ୍ଡା ଓ ଅରୁଣ ସିଂ

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ) : ଓଡ଼ିଶା ବିଧାନସଭା ର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି ଓ ଦିଲ୍ଲୀ ରେ ରହି ଚିକିତ୍ସିତ ହେଉଛନ୍ତି । ସେପଟେ ଅସୁସ୍ଥ ପ୍ରଦୀପ୍ତ ଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସାଧାରଣ ସମ୍ପାଦକ ଅରୁଣ ସିଂ ସେମାନେ ପ୍ରଦୀପ୍ତ ଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓ ଜେପି ନଡ୍ଡା ପ୍ରଦୀପ୍ତ ଙ୍କୁ ଏକ ଗୀତା ଉପହାର ଦେଇଥିବା ଜଣା ପଡ଼ିଛି । ଏନେଇ ନିଜେ ପ୍ରଦୀପ୍ତ ଟୁଇଟର ଜରିଆ ରେ ସୂଚନା ଦେଇଛନ୍ତି।


ପ୍ରଦୀପ୍ତ ଲେଖିଛନ୍ତି ” ବିଜେପି ହେଉଛି ମୋର ପରିବାର ଯିଏ ମୋର ସମସ୍ତ ଅସୁବିଧାରେ ମୋ ପାଖରେ ଠିଆ ହୋଇଛି ଏବଂ ମୋର ମନୋବଳକୁ ଆହୁରି ବଢ଼ାଇଛି। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଙ୍କୁ ଭେଟିବା ପରେ ମୁଁ ଅଧିକ ସୁସ୍ଥ ଅନୁଭବ କରୁଛି | ଏହି ଅବସରରେ ସର୍ବଦା ମୋ ପକ୍ଷରେ ଠିଆ ହୋଇଥିବାରୁ ମାନ୍ୟବର ରାଷ୍ଟ୍ରୀୟ ଅଧକ୍ଷ ଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି।”

Related Posts