ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ୧୯ ତାରିଖରେ ଓଡ଼ିଶା ବନ୍ଦ ଡ଼ାକରାକୁ କଂଗ୍ରେସର ସମର୍ଥନ । ତେବେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ଓ ଆନ୍ଦୋଳନରତ ତାଙ୍କ ମା’ଙ୍କ ଉପରେ ପୁଲିସ୍ର ବର୍ବରତା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆସନ୍ତା ୧୯ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ସେପଟେ ରୁଚିତା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟର ରାଜନୈତିକ ମାହୋଲ ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ବିଧାନସଭାରେ ଏହି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିରୋଧୀ । ଏପରିକି ଏହି ପ୍ରସଙ୍ଗ ନେଇ ଗୃହ ମଧ୍ୟ ମୁଲତବୀ ରହିଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାର ଅପରାଧୀଙ୍କୁ ପୁଲିସ କେବେ ଧରିବାରେ ସଫଳ ହେଉଛି ।
