ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୃହରେ ଆଜି ଜିଏସଟି ପ୍ରସଙ୍ଗକୁ ଉଠାଇଛନ୍ତି ବିରୋଧୀ । ସେପଟେ ଗୃହରେ ପ୍ରବଳ ହଟ୍ଟଗଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ତେବେ ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯଦି କେନ୍ଦ୍ର ସରକାର ଏହା ଉପରେ ଜିଏସଟି ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ଦାବି କରିବା ସହ ଯଦି ଲାଗୁ କରିବେ ତେବେ ନିଜ ତାହାକୁ ବହନ କରନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ।

ଅନ୍ୟପଟେ ଏହାର ଉତ୍ତର..ରେ ମନ୍ତ୍ରୀ ନିରଞ୍ଜନ ପୂଜାରି କହିଛନ୍ତି ଯେ ଜିଏସଟି ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ । ଏହି ଜିଏସଟି କେବଳ କମ୍ପାନୀମାନଙ୍କରେ ହେଉଥିବା ପ୍ୟାକେଟ ଉପରେ ଲାଗୁହେବ । ଗ୍ରାମାଞ୍ଚଳରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।